୪୦ ବର୍ଷ ତଳେ ସ୍ବାମୀ ଚାଲିଗଲେ: ତଥାପି ହାରି ନାହାନ୍ତି ସତ୍ୟଭାମା, କିନ୍ତୁ ମାଉସୀଙ୍କର ଗୋଟିଏ ଇଚ୍ଛା....

Published By : Prameya-News7 Bureau | November 24, 2020 IST

ସମ୍ବଲପୁର୨୪/୧୧: ନାଁ ତାଙ୍କର ସତ୍ୟଭାମା ମହାକୁଡ, ବୟସ ତାଙ୍କର ୬୫ ପାରି ହେଲାଣି। ୪୦ ବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି। ପିଲାଛୁଆ କେହି ନାହାନ୍ତିି।ସମ୍ବଲପୁର କୁଞ୍ଜେଲପଡ଼ାରେ ସତ୍ୟଭାମାଙ୍କ ଘର। ସମ୍ପର୍କୀୟଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ବୟସର ଅପରାହ୍ଣରେ ପହଞ୍ଚି ଥିବା ସତ୍ୟଭାମା କିନ୍ତୁ ହାରି ଯାଇ ନାହାନ୍ତି। କୁଞ୍ଜେଲପଡ଼ାରେ ଏକ ଜଳଖିଆ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି। ଗୋଟିଏ ଛୋଟ ଜଳିଖିଆ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି।

ଦୋକାନଟିକୁ ଟିକେ ବଡ କରି ଭଲ ଭାବେ ତିଆରି କରିବାକୁ ସତ୍ୟଭାମା ଚାହୁଁଛନ୍ତି। ହେଲେ ଅର୍ଥ ଅଭାବରୁ ଦୋକାନଟି ଭଲ ଭାବେ କରି ପାରି ନାହାନ୍ତି। ସରକାରଙ୍କ ତରଫରୁ ଭତ୍ତା ଆଉ ରାସନ ମିଳୁଛି। ହେଲେ ସତ୍ୟଭାମା ମାଉସୀଙ୍କ ହାତରେ ସତେ ଯେମିତି ଯାଦୁ ଅଛି। ତାଙ୍କ ହାତ ତିଆରି ଜଳିଖିଆ ଯିଏ ଖାଇବେ ମାଉସୀଙ୍କ ମନେ ରଖିଥିବେ। କିନ୍ତୁ ମାଉସୀଙ୍କର ଗୋଟିଏ ଇଚ୍ଛା ଦୋକାନଟିକୁ ଟିକେ ବଡ କରିବେ। ସେଥିପାଇଁ ଅର୍ଥ ଦରକାର। ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାର ତାଙ୍କୁ ସହଯୋଗ କରନ୍ତି, ତେବେ ସତ୍ୟଭାମା ବାକି ଜୀବନ ଟିକେ ଶାନ୍ତିରେ କାଟି ପାରନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.