Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପରାଶର ଋଷିଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ଏହି ୩ଟି ସର୍ତ୍ତ ରଖିଥିଲେ ସତ୍ୟବତୀ : ଜାଣନ୍ତୁ କ’ଣ

5/04/2019 at 5:27 PM

ଭୁବନେଶ୍ୱର ୫/୪ : ମହାଭାରତ ଗ୍ରନ୍ଥ ଅନୁଯାୟୀ, ଦିନେ ଋଷି ପରାଶର ଯମୁନା ନଦୀ ପାରି କରିବା ପାଇଁ ଏକ ଡଙ୍ଗାରେ ବସିଥିଲେ | ଡଙ୍ଗା ଚଳାଉଥିଲେ ଧୀବର କନ୍ୟା ସତ୍ୟବତୀ | ଯୋଗ ସିଦ୍ଧ ସମ୍ପର୍ଣ୍ଣ ଋଷି ପରାଶର ସତ୍ୟବତୀଙ୍କ ସୌନ୍ଦର୍ଯ୍ୟ ଏବଂ ଯୌବନକୁ ଦେଖି ବ୍ୟାକୁଳ ହୋଇ ଉଠିଥିଲେ |


ଋଷି ପରାଶର ସତ୍ୟବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ଇଛା ପ୍ରକାଶ କରିଥିଲେ | ତେବେ ଋଷିଙ୍କ କଥାରେ ଅରାଜି ହୋଇ ସତ୍ୟବତୀ କହିଥିଲେ ଯେ, ଏହିଭଳି ସମ୍ପର୍କ ଅବୈଧ | ଅବୈଧ ସମ୍ପର୍କ ରଖି ସେ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି | କିନ୍ତୁ ପରାଶର ଋଷି ସତ୍ୟବତୀଙ୍କୁ ବାରମ୍ବାର ପ୍ରଣୟ ନିବେଦନ କରିଥିଲେ |


ଏହାପରେ ସତ୍ୟବତୀ ପ୍ରଣୟ ପାଇଁ ସମ୍ମତ ହୋଇଥିଲେ । ତିନ୍ତୁ ଋଷିଙ୍କ ସମ୍ମୁଖରେ ୩ଟି ସର୍ତ୍ତ ରଖିଥିଲେ |
ପ୍ରଥମ ସର୍ତ୍ତ ହେଲା, ରୁଷିଙ୍କ ସହ ପ୍ରଣୟ ବେଳେ ତାଙ୍କୁ କେହି ଦେଖିବେ ନାହିଁ | ସତ୍ୟବତୀଙ୍କ ସର୍ତ୍ତ ଶୁଣି ପରାଶର ତୁରନ୍ତ ଏକ କୃତ୍ରିମ ଆବରଣ ତିଆରି କରିଥିଲେ |


ଦ୍ୱିତୀୟ ସର୍ତ୍ତ, ସଂଭୋଗ ପରେ ମଧ୍ୟ ତାଙ୍କ କୁମାରୀତ୍ବ ଯେମିତି ଅକ୍ଷୁର୍ଣ୍ଣ ରହେ | ଫଳରେ ପରାଶର ସତ୍ୟବତୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ତାଙ୍କ ଔରସରୁ ଶିଶୁ ଜନ୍ମ ପରେ ମଧ୍ୟ ତାଙ୍କ କୁମାରୀତ୍ବ ପୂର୍ବ ଭଳି ହିଁ ରହିବ |


ତୃତୀୟ ସର୍ତ୍ତ ହେଲା ସତ୍ୟବତୀଙ୍କ ଶରୀରରୁ ଆସୁଥିବା ମତ୍ସ୍ୟଗନ୍ଧ ଉତ୍ତମ ସୁଗନ୍ଧରେ ପରିବର୍ତ୍ତିତ ହେବ | ଏହାପରେ ପରାଶର ସତ୍ୟବତୀଙ୍କ ଚାରିପଟେ ଏମିତି ଏକ ସୁଗନ୍ଧମୟ ବାତାବରଣ ସୃଷ୍ଟି କରିଥିଲେ ଯାହା ୯ ମାଇଲ ଦୂରରୁ ମଧ୍ୟ ଅନୁଭବ କରାଯାଇପାରିବ |


ଏହି ୩ଟି ସର୍ତ୍ତକୁ ପୂରା କରିବା ପରେ ସତ୍ୟବତୀ ଏବଂ ପରାଶର ଋଷି ନାବକେଳି କରି ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ | ଏହି ସମ୍ବନ୍ଧର ଫଳସ୍ୱରୂପ ସତ୍ୟବତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ପୁତ୍ର ସନ୍ତାନର ନାଁ କୃଷ୍ଣଦ୍ବୈପାୟନ ରଖାଗଲା | ପରାଶର ଋଷିଙ୍କ ଏହି ପୁଅ ପରବର୍ତ୍ତୀ ସମୟରେ ବେଦ ବ୍ୟାସ ନାମରେ ପ୍ରସିଦ୍ଧ ହେଲେ |


ମହାଭାରତ ଅନୁଯାୟୀ, ମହର୍ଷି ବେଦ ବ୍ୟାସଙ୍କ ଆଶୀର୍ବାଦରୁ ଧୃତରାଷ୍ଟ୍ର, ପାଣ୍ଡୁ ଏବଂ ବିଦୁର ଜନ୍ମ ହୋଇଥିଲେ | ବେଦ ବ୍ୟାସଙ୍କ କୃପାରୁ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କର ୧୦୦ ସନ୍ତାନ ଜନ୍ମ ହୋଇଥିଲେ |

   Related Posts