Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଟ୍ଟନାଇକିୟା ଛକରେ ଟ୍ରିପଲ୍ ମର୍ଡର: ଖଣ୍ଡା, କାତି ଜବତ ଓ ୪ ଅଟକ, ହେଲେ ଫିଟୁନି ଗୁମର

ଡେଲାଙ୍ଗ୧୫|୭: ପଟ୍ଟନାଇକିୟା ଛକରେ ଟ୍ରିପଲ୍ ମର୍ଡର । ଗୋଟିଏ ପରିବାରର ୩ ଜଣଙ୍କୁ ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଲେ । ଏହି ଘଟଣା ଏତେ ଲୋମହର୍ଷକ ଥିଲା ଯେ ଦେଖିବା ଲୋକ ବି ଶୀତେଇ ଗଲେ । କେହି ଜଣେ ହେଲେ ବି ବଞ୍ଚାଇବାକୁ ଚେଷ୍ଟା କଲେନି । ଘଟଣା ସ୍ଥଳରୁ ଫେରାର ହୋଇଗଲେ ଦୁର୍ବୃତ୍ତ । ଜମିଜମା ବିବାଦ ଓ ପୂର୍ବ ଶତ୍ରୁତା ହତ୍ୟା କାଣ୍ଡର କାରଣ ବୋଲି କୁହାଯାଉଥିବା ବେଳେ  ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ପୁରୀ ପଟ୍ଟନାୟକିଆ ଟ୍ରିପିଲ ମର୍ଡର ଘଟଣାର ରହସ୍ୟ ଫିଟୁନି। କାହିଁକି ୩ ଭାଇଙ୍କୁ ଏମିତି ବିଭତ୍ସ ହତ୍ୟା କଲେ ଦୁର୍ବୃତ୍ତ। ୪ ଜଣଙ୍କୁ ଅଟକ ରଖି ସତ୍ୟବାଦୀ ପୋଲିସ ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ହତ୍ୟାକାଣ୍ଡ ରେ ବ୍ୟବହୃତ ଖଣ୍ଡା  ଜବତ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରୁଛି।

ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା।  ସ୍ତବ୍ଧ ହୋଇଯାଇଛି ସଦାନନ୍ଦପୁର ଗାଁ । ଆଖିରୁ ଲୁହ ଶୁଖୁନି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିଯୁକ୍ତଙ୍କୁ ଫାଶି ଦିଆଯାଉ । ପୂର୍ବରୁ ମଧ୍ୟ ଏହି ପରିବାରର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ଟ୍ରେନ ଲାଇନରୁ ଉଦ୍ଧାର ହୋଇଥିଲା l ତାଙ୍କୁ ଏହି ଦୁର୍ବୃତ୍ତମାନେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏବେ ପୁଣି ପରିବାରର ତିନିଜଣଙ୍କୁ ହତ୍ୟା କରାଯାଇଛି।

ଗତକାଲିର ଘଟଣା ଥିଲା କିଛି ଏମିତି। ପଟ୍ଟନାୟକିୟା ଛକରେ ଥିବା ଢାବାରୁ କାମ ସାରି ସ୍କୁଟିରେ ଘରକୁ ବାହିରିଥିଲେ ପୂର୍ଣ୍ଣଚନ୍ଦ୍ର । ହଠାତ୍ ରାସ୍ତାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୩ ଜଣ ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ର ତଳେ ପଡିଯାଇଥିଲେ । ଅତି ନିର୍ଦ୍ଦୟ ଭାବେ ବାରମ୍ବାର ହାଣି ଚାଲିଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପା ପୁଅ ପଞ୍ଚୁ ବେହେରା । ପୂର୍ଣ୍ଣକୁ ଛାଡି ସେମାନେ ପଞ୍ଚୁଙ୍କୁ ଆକ୍ରମଣ କରିଥିଲେ । ଦୂର୍ବୃତ୍ତମାନେ ଏତେ ନିର୍ଦୟ ଥିଲେ ଯେ ସେଇଠି ହାଣି ଚାଲିଥିଲେ । ଏହାପରେ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣଚନ୍ଦ୍ର । କିଛି ଭାବିବା ପୂର୍ବରୁ କୃ୍ଷ୍ଣଙ୍କୁ ମଧ୍ୟ ଶେଷ କରି ଦେଇଥିଲେ ଦୁର୍ବୁତ୍ତମାନେ । ମାତ୍ର କେଇ ମିନିଟ୍‌ ଭିତରରେ ତିନିଜଣଙ୍କୁ ଏମାନେ ହତ୍ୟା କରିଥିଲେ।

ସେପଟେ ଗୃହରେ ଉଠିଛି ଏହି ପ୍ରସଙ୍ଗ । ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ, ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଏବେ ସଦାନନ୍ଦପୁର ଓ ପଟ୍ଟନାୟକିଅ ଛକକୁ ଜଗି ରହିଛି ପୋଲିସ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ୪ ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

626 Views

   ସମ୍ବନ୍ଧିତ ଖବର