ରାଜ୍ୟରେ ଚକଡା ଆତଂକ: ହେଲେ ଚକଡା କୀଟନାଶକ ପରୀକ୍ଷା ପାଇଁ ନାହିଁ ଆବଶ୍ୟକୀୟ ପରୀକ୍ଷାଗାର, ବର୍ଷିଲା କଂଗ୍ରେସ

Published By : Prameya-News7 Bureau | November 13, 2018 IST

ଭୁବନେଶ୍ବର ୧୩|୧୧: ଚକଡା ପୋକ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି । ଚକଡା ପୋକ ବଢିବା ପାଇଁ ସରକାର ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ନକଲି କୀଟନାଶକ କମ୍ପାନୀମାନଙ୍କ ଏଜେଣ୍ଟ ପାଲଟିଛନ୍ତି ସରକାର ।ଚକଡା ଏବେ ମହାମାରୀର ରୂପ ନେଲାଣି ।କିନ୍ତୁ କୀଟନାଶକ ପରୀକ୍ଷା ପାଇଁ ସରକାରଙ୍କ ଲାବ୍‌ରେ କର୍ମଚାରୀ ନାହାନ୍ତି ବୋଲି ଅଭିଯୋଗ କରିଛି ସତ୍ୟ । ଲାବରେ ମାତ୍ର ୩ ଜଣ କର୍ମଚାରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨ ଜଣ  ଅଣତାଲିମପ୍ରାପ୍ତ ।ଯେଉଁଥିପାଇଁ କୀଟନାଶକ ସାମ୍ପଲର ପରୀକ୍ଷା କରାଯାଇ ପାରୁନାହିଁ । ଆନ୍ଧ୍ରପ୍ରଦେଶରେ ୭ଟି ଲାବ୍ ଥିବା ବେଳେ ତାମିଲନାଡୁରେ ୧୫ଟି ଟେଷ୍ଟିଂ ଲାବ୍ ରହିଛି । ହେଲେ ଓଡିଶାର ସମ୍ବଲପୁରରେ ଥିବା ଲାବ୍ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ବୋଲି ସେ କହିଛନ୍ତି । ସରକାର ଚାହୁଁ ନାହାନ୍ତି ନକଲି ମେଡିସିନ ଧରା ପଡୁ, କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।ଚକଡା ପୋକ ପାଇଁ ଯେଉଁ ମେଡିସିନ ଉଦ୍ଦିଷ୍ଟ, ତାକୁ ପରମିଶନ ଦେଉନାହାନ୍ତି ବୋଲି ପ୍ରେସମିଟ୍‌ରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ନାୟକ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚକଡା ପୋକ ଲାଗି ଏକର ଏକର ଧାନ ଫସଲ ନଷ୍ଟ ହୋଇଗଲାଣି । ବିଶେଷ କରି କଳାହାଣ୍ଡି, ବୋଦ୍ଧ, ଫୁଲବାଣୀ, ବରଗଡ ଓ ସମ୍ବଲପୁରରେ ସ୍ଥିତି ଗମ୍ଭୀର ହେଲାଣି । ଗତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚକଡା ପୋକ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ଚାଷୀ ଏକର ଏକର ଧାନ ବିଲରେ ନିଆଁ ଲଗାଇଥିଲା । ରାଜ୍ୟରେ ଚକଡା ପୋକ ଯୋଗୁଁ ୩୫ ଜଣ ଚାଷୀ ାତ୍ମହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ମଧ୍ୟ ଯୋର ଧରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.