Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସତ୍ୟ ନାଡେଲା ଚଢିଲେ ସଫଳତାର ଆଉ ଏକ ପାହାଚ, ମାଇକ୍ରୋସଫ୍ଟ ସିଇଓରୁ ହେଲେ କମ୍ପାନୀର ଚେୟାରମ୍ୟାନ୍

17/06/2021 at 1:20 PM

ନୂଆଦିଲ୍ଲୀ,୧୭/୦୬: ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଆଉ ଏକ ସଫଳତାର ସୋପାନ ଚଢିଛନ୍ତି । ଏବେ ମାଇକ୍ରୋସଫ୍ଟ ତାଙ୍କୁ କମ୍ପାନୀର ଚେୟାରମ୍ୟାନ୍ କରିଛି । ନଡେଲା ଜନ୍ ଥମ୍ପସନଙ୍କ ସ୍ଥାନ ନେବେ ।

ସୂଚନାନୁସାରେ, ସତ୍ୟ ନାଡେଲା ୨୦୧୪ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ଲିଙ୍କଡିନ୍, ନୁଆନ୍ସ କମ୍ୟୁନିକେସନ, ଜେନିମାକ୍ସ ଭଳି ଅନେକ କମ୍ପାନୀକୁ ଅଧିଗ୍ରହଣରେ ସତ୍ୟଙ୍କ ଭୂମିକା ଅଧିକ ଥିଲା ।

କମ୍ପାନୀ ଏକ ବୟାନ ଜାରି କରି କହିଛି ଯେ, ଯେ ୨୦୧୪ରେ ଥମ୍ପସନ୍ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ନାଡେଲା ଚେୟାରମ୍ୟାନ ହେବାପରେ ଥମ୍ପସନ୍ ଏହାର ଲିଡ୍ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ ।

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଉ କମ୍ପାନୀର ବୋର୍ଡରେ ନାହାଁନ୍ତି । ସେ ଓ ମେଲିଣ୍ଡା ଗେଟ୍ସ ଏବେ ସାମାଜିକ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । କମ୍ପାନୀ ନିକଟରେ ସେୟାର ପିଛା ୫୬ ସେଣ୍ଟ୍ ଲାଭାଂଶ ଦେବାକୁ ନିଷ୍ପତ୍ତି ନେଇଥିଲା ।

ଭାରତରେ କରୋନା ସ୍ଥିତିକୁ ନେଇ ସତ୍ୟ ନାଡେଲା ଖୁବ୍ ଦୁଃଖିତ ଥିଲେ । ସେ ଭାରତକୁ ଯଥାସମ୍ଭବ ସାହାଯ୍ୟ ମଧ୍ୟ କରିଥିଲେ ।  

   Related Posts