ଓଡ଼ିଆ ପୁଅଙ୍କୁ ପୁଣି ମିଳିଲା ଗୁରୁ ଦାୟିତ୍ୱ, ଏନ୍‌ସିବି ଡିଜି ହେଲେ ସତ୍ୟ ନାରୟଣ ପ୍ରଧାନ

Published By : Prameya-News7 Bureau | July 29, 2021 IST

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୯/୦୭: ଓଡ଼ିଆ ପୁଅ ତଥା ଓଡ଼ିଆ ଭାରତୀୟ ପୋଲିସ୍‌ ସେବା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କ ଉପରେ ପୁଣିଥରେ ଭରସା କରିଛନ୍ତି କେନ୍ଦ୍ର ସରକାର । ପୁଣିଥରେ ତାଙ୍କୁ ମିଳିଛି ବଡ଼ ଦ୍ୱାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋର  ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି ।

ନିକଟରେ ଦିଲ୍ଲୀର କମିଶନର୍ ପଦରେ ଅବସ୍ଥାନ ହୋଇଥିବା ରାକେଶ ଆସ୍ଥାନାଙ୍କ ପରେ ସେ ଏହା ଭାର ସମ୍ଭାଳିବେ । ଆଜି ତାଙ୍କ ଠାରୁ ଶ୍ରୀ ପ୍ରଧାନ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ ବା ଏନ୍‌ଡିଆର୍‌ଏଫ୍‌ର ନିର୍ଦ୍ଦେଶକ ଅଛନ୍ତି । ସେ ୧୯୮୮ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର୍‌ର ଓଡ଼ିଆ ଆଇପିଏସ୍‌ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.