ଇଣ୍ଡିଆ ଓପନ ୨୦୨୨: ଇତିହାସ ରଚିଲେ ଚିରାଗ-ସାତ୍ୱିକ୍, ଇଣ୍ଡୋନେସିଆର ଯୋଡିକୁ ହରାଇ ହେଲେ ଚାମ୍ପିୟନ

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ ୧୬/୦୧ : ଇଣ୍ଡିଆ ଓପନ ୨୦୨୨ର ପୁରୁଷ ଯୁଗଳ ବର୍ଗର ଫାଇନାଲରେ ଇତିହାସ ରଚିଛନ୍ତି ଭାରତର ଚିରାଗ ସେଟ୍ଟୀ ଏବଂ ସାତ୍ୱିକସାଇରାଜ । ଫାଇନାଲରେ ବିଶ୍ୱ ଚାମ୍ପିୟନ ମୋହମ୍ମଦ ଅହସନ ଏବଂ ହେଣ୍ଡ୍ରା ସେତିୟାୱାନଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି ଭାରତର ଏହି ଦୁଇ ବ୍ୟାଡମିଣ୍ଟନ ଷ୍ଟାର । ଟାଇଟଲ ମ୍ୟାଚକୁ ୨୧-୧୬ ଏବଂ ୨୬-୨୪ରେ ଜିତି ଇତିହାସ ରଚିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଇଣ୍ଡିଆ ଓପନ ଇତିହାସରେ ପୁରୁଷ ଯୁଗଳ ବର୍ଗରେ ଦୁଇ ଭାରତୀୟ ଖେଳାଳି ଟାଇଟଲ ହାସଲ କରିବା ପ୍ରଥମ ଘଟଣା । ଚିରାଗ ଏବଂ ସାତ୍ୱିକସାଇରାଜ ଦୁନିଆର ୧୦ ସ୍ଥାନରେ ଥିବା ଯୋଡି ୱିଲିୟମ ୱିଲେଗର ଏବଂ ଫେବିୟନ ଡେଲରୁଙ୍କୁ ହରାଇ ଫାଇନେଲର ପ୍ରବେଶ କରିଥିଲେ। ଫ୍ରାନ୍ସର ଏହି ଯୋଡିକୁ ୨୧-୧୦,୨୧-୧୮ରେ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.