ଶନିଦେବଙ୍କ ସଂପର୍କରେ ଉଣାଅଧିକେ ଆପଣ ଜାଣିଥିବେ। ଶନିଦେବଙ୍କ ଅଶୁଭ ଦୃଷ୍ଟି ଯେଉଁ ବ୍ୟକ୍ତିଙ୍କ ଉପରେ ରହେ ସେମାନେ ତଳି ତଳାନ୍ତ ହୋଇଯାଆନ୍ତି। ସୂର୍ଯ୍ୟଙ୍କ ପୂତ୍ର ଶନିଦେବ ଓ ତାଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ। ଏଥିସହ ଶନିଦେବଙ୍କୁ ଦୁଃଖର କାରଣ ବୋଲି ପାଶ୍ଚତ୍ୟ ଜ୍ୟୋତିଷମାନେ ମତ ଦେଇଥାଆନ୍ତି। କିନ୍ତୁ ଶନିଦେବ ଏତେ ବି ଅଶୁଭ ଓ ମାରକ ନୁହନ୍ତି ଏବଂ ସଂସାର ପ୍ରତ୍ୟେକ ମଣିଷ ଶନିଦେବଙ୍କୁ ମିତ୍ର ଓ ଶତ୍ରୁ ବୋଲି ମାନି ଥାଆନ୍ତି। ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ସେ ନ୍ୟାୟ ପ୍ରଦାନ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୧୦୧ ବର୍ଷ ପରେ ୨ଟି ରାଶି ସିଂହ ଓ ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟ ପଡିଛି। ଏହି ରାଶିର ବ୍ୟକ୍ତିଙ୍କୁ ତିନୋଟି ଖୁସି ମିଳିବ।
୧- ଏହି ରାଶିର ବ୍ୟକ୍ତି ଯଦି ନୂଆ ବ୍ୟବସାୟ କରିବା ପାଇଁ ମନସ୍ତ କରିଛନ୍ତି ତେବେ ଆପଣ ଲାଭବାନ ହେବେ। ବ୍ୟବସାୟରେ ଆପଣଙ୍କୁ ସୁଫଳ ମିଳିବା ସହ ରୋଜଗାର ମଧ୍ୟ ଭଲ ହେବ।
୨- ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ଆଗାମୀ ଦିନଗୁଡିକ ଆପଣଙ୍କ ପାଇଁ ଭଲ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଆୟ ବୃଦ୍ଧି ହେବା ସହ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ।
୩- ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ପ୍ରେମ ବିବାହରେ ପରିଣତ ହେବ। ଘର ଲୋକଙ୍କ ନିଷ୍ପତ୍ତି ଆପଣଙ୍କ ପାଇଁ ଅତି ଗୁରୁତ୍ବୂପୂର୍ଣ୍ଣ ଅଟେ। ତେଣୁ ପରିବାରର ନିଷ୍ପତ୍ତିକୁ ଗ୍ରହଣ କରିବା ଉଚିତ୍। ଦୀର୍ଘ ଦିନଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ନବ ବିବାହିତ ଦମ୍ପତିଙ୍କ ବୈବାହିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ।