ମେ ୧୧ରୁ ଶନି ଦେବଙ୍କ ବିପରୀତ ଗତି : ଜାଣନ୍ତୁ କେଉଁ ୩ଟି ରାଶି ଅସୁବିଧାରେ ପଡ଼ିବେ
10/04/2020 at 1:54 PM

ଶନି ଗ୍ରହ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ସମସ୍ତଙ୍କ ଉପରେ ପ୍ରଭାବ ପକାଇଥାଆନ୍ତି। ଶନିଙ୍କ ଏହି ଗୋଚରର ମଧ୍ୟ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପଡ଼ିବ। ଏହି ଦିନ ଶନି ଓଲଟା ଗତି ଚାଲିବେ। ଫଳରେ ଯେଉଁମାନଙ୍କ ପ୍ରତି ଶନିଙ୍କ ସାଢ଼େସାତୀ ଚାଲୁଛି ସେମାନଙ୍କ ସମସ୍ୟା ଆହୁରି ବଢ଼ିପାରେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ଶନି ପ୍ରତ୍ୟେକ ଅଢ଼େଇ ବର୍ଷରେ ନିଜ ଗତି ପରିବର୍ତ୍ତନ କରିଥାଆନ୍ତି। ଶନିଙ୍କ ରାଶି ପରିବର୍ତ୍ତନ ଏବର୍ଷ ଜାନୁୟାରୀ ୨୪ତାରିଖରୁ ଆରମ୍ଭ ହୋଇଯାଇଛି। ଶନି ୧୪୨ଦିନ ଯାଏଁ ମକର ରାଶିରେ ଗୋଚର କରିବେ।
ଧନୁ,ମକର ଏବଂ କୁମ୍ଭ ରାଶିରେ ଏବେ ସାଢ଼େସାତୀ ଚାଲିଛି। ଯାହା ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ସମସ୍ୟା ଆହୁରି ବଢ଼ିଯିବ। ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କୁ ମଧ୍ୟ ସାବଧାନ ରହିବାର ଆବଶ୍ୟକତା ରହିଛି।
ଶନିଙ୍କ ପ୍ରକୋପରୁ ବର୍ତ୍ତିବା ପାଇଁ ଶନିବାର ଶନିଙ୍କୁ ଦାନ ଦିଅନ୍ତୁ ଏବଂ ବ୍ରତ ରଖନ୍ତୁ। ଭଗବାନ ଶିବ ଏବଂ ହନୁମାନଙ୍କ ପୂଜା କରିବା ଦ୍ବାରା ମଧ୍ୟ ଶନିଙ୍କ କୁପ୍ରଭାବ ଦୂର ହେବ। ଓସ୍ତ ଗଛରେ ଜଳ ଅର୍ପଣ କରିବା ଏବଂ ସନ୍ଧ୍ୟାରେ ସୋରିଷ ତେଲର ଦୀପ ଜଳାଇବା ଦ୍ବାରା ଲାଭ ମିଳିଥାଏ। ଲୋକଙ୍କ ସେବା କରନ୍ତୁ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଦ୍ବାରା ଶନି ଦେବତା ପ୍ରସନ୍ନ ହୋଇଥାଆନ୍ତି।
ଶନିଙ୍କ ମନ୍ତ୍ର : ଓମ୍ ପ୍ରାଂ ପ୍ରିଂ ପ୍ରୌଂ ଶନୈଶ୍ଚରାୟ ନମଃ
ଯେଉଁମାନଙ୍କ ସାଢ଼େସାତୀ ଚାଲୁଥିବ ସେମାନେ ମାଂସ ଏବଂ ମଦ୍ୟପାନ କରିବେ ନାହିଁ। କାହା ସହିତ କୌଣସି ଭୁଲ କାମ କରନ୍ତୁ ନାହିଁ। ଦୁର୍ବଳଙ୍କୁ ହଇରାଣ କରିବା ଦ୍ବାରା ଶନି ଦେବତା ଅସନ୍ତୁଷ୍ଟ ହୋଇଥାଆନ୍ତି ଏବଂ କଷ୍ଟ ଦିଅନ୍ତି।