ବୃହସ୍ପତିଙ୍କୁ ବଳି ଗଲେ ଶନି - ଜାଣନ୍ତୁ କାହିଁକି

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ -ଶନି ଗ୍ରହକୁ ନେଇ ଆସିଛି ବଡ଼ ଖବର । ସୌର ଜଗତର ଷଷ୍ଠ ଗ୍ରହ ତଥା ବୃହଷ୍ପତି ତୁଳନାରେ ଦ୍ବିତୀୟ ସର୍ବବୃହତ ଗ୍ରହ ହେଉଛି  ଶନି । ପୃଥିବୀ ଠାରୁ ଏହା କେବଳ ୯ ଗୁଣ ବଡ଼ ନୁହେଁ ବରଂ ବୃହଷ୍ପତି ଠାରୁ  ଅଧିକ ସଂଖ୍ୟାରେ ଉପଗ୍ରହ ମଧ୍ୟ ରହିଛନ୍ତି ଶନି ଚାରିପଟେ…

{"id":168091}

ମହାକାଶ ବିଜ୍ଞାନୀଙ୍କର ଆଉ ଏକ ଆବିଷ୍କାର । ସୌର ଜଗତରେ ଆଉ ୨୦ଟି ନୂଆ ଉପଗ୍ରହକୁ ଖୋଜି ବାହାର କରିଛନ୍ତି ମହାକାଶ ବିଜ୍ଞାନୀ। ଶନିଗ୍ରହ ଚାରିପାଖେ ଏହି ଚନ୍ଦ୍ରଗୁଡ଼ିକ ଘୂରି ବୁଲୁଥିବା ପ୍ରକାଶ କରିଛି ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନୀ ସଂଘ । ପୂର୍ବରୁ ବୃହଷ୍ପତିର ଉପଗ୍ରହ ତାଲିକା ସର୍ବାଧିକ ଥିବା ବେଳେ ଏବେ ସେହି ରେକର୍ଡ ଶନିଗ୍ରହ ନାଁରେ ହୋଇଛି । ବୃହଷ୍ପତିର ୭୯ ଟି ଉପଗ୍ରହ ଥିଲା  ସେହିପରି ଶନି ଗ୍ରହର୬୨ଟି ଉପଗ୍ରହଥିଲା । କିନ୍ତୁ ଏବେ ୨୦ଟି ନୂଆ ଉପଗ୍ରହ ଆବିଷ୍କାର ହେବା ଫଳରେ ଏହି ସଂଖ୍ୟା ୮୨ରେ ପହଁଞ୍ଚିଛି । କିନ୍ତୁ ଶନି ଗ୍ରହ ଚାରିପଟେ ସମୁଦାୟ ୮୨ଟି ନୁହେଁ ବରଂ ୧୦୦ରୁ ଅଧିକ ଉପଗ୍ରହ ଥିବା ଅନୁମାନ କରାଯାଉଛି । ଏହି ଉପଗ୍ରହ ଗୁଡ଼ିକ ଶନିର ବିପରୀତ ଦିଗରେ ଘୁରୁଛନ୍ତି । କିନ୍ତୁ ମାତ୍ର ତିନଟି ଶନି ସହିତ ସମାନ୍ତରାଳ ଭାବେ ଘୂରୁଛନ୍ତି ।

{"id":168092}
3d render. Solar system isolated on black background.

ତେବେ ସମସ୍ତ ଉପଗ୍ରହର ନାମକରଣ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ବିଭିନ୍ନ ମହାକାଶ ବିଜ୍ଞାନୀ ଯେଉଁଥିରେ ଅଂଶ ଗ୍ରହଣ କରିଛନ୍ତି । ଆମେରିକାର ହାୱାଇନ ଦ୍ବୀପରେ ଲଗାଯାଇଥିବା ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ଉପଗ୍ରହ ଗୁଡ଼ିକର ଆବିଷ୍କାର ହୋଇଛି । ତେବେ ଅଧିକ ଚନ୍ଦ୍ର ଥିବା ନେଇ ଅଧିକ ଗବେଷଣା କରୁଛନ୍ତି ଆମେରିକାର ବୈଜ୍ଞାନିକ । ସେପଟେ ଚନ୍ଦ୍ର ସଂଖ୍ୟାକୁ ନେଇ କର୍ଣ୍ଣେଜୀ ଇଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ କହିଛନ୍ତି ଶନି ଚାରିପଟେ ଥିବା ବଡ଼ ଉପଗ୍ରହ ଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ନୂଆ ଉପଗ୍ରହ ସୃଷ୍ଟି ହୋଇଥାଇପାରେ ।

ଶନି ଗ୍ରହ ଆମ ଭାରତୀୟଙ୍କ ଆସ୍ଥା ବିଶ୍ବାସ ଓ ଧର୍ମୀୟ ଭାବନା ସହ ଜଡ଼ିତ । ନବଗ୍ରହ ତାଲିକାରେ ଥିବା ଏହି ଗ୍ରହର ସ୍ଥିତିକୁ ନେଇ ଏକଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ପାଠବହିରେ ଉପଗ୍ରହ ସଂଖ୍ୟାରେ ଖୁବଶୀଘ୍ର ଶନି ହିଁ ସ୍ଥାନ ପାଇପାରେ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.