Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମେ ୨୩ରୁ ଶନି ଦେବଙ୍କ ଓଲଟା ଚଳନ ଆରମ୍ଭ, ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

18/05/2021 at 5:46 PM

ନୂଆଦିଲ୍ଲୀ ୧୮/୦୫: ପ୍ରତ୍ୟେକ ବ୍ୟକ୍ତି ଶନି ଦେବଙ୍କ ଅଶୁଭ ପ୍ରଭାବରୁ ସୁରକ୍ଷିତ ରହିବାକୁ ଚାହାଁନ୍ତି । ଶନିଙ୍କ ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିକୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ୨୩ ମେ, ୨୦୨୧ ରୁ ଶନିଙ୍କ ଓଲଟା ଚଳନ ଆରମ୍ଭ ହେଉଛି । ଶନିଙ୍କ ଓଲଟା ଚଳନ ଯୋଗୁଁ ବିଭିନ୍ନ ପ୍ରକାରର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ  ବ୍ୟକ୍ତିକୁ ହନୁମାନଙ୍କ ପୂଜା-ଅର୍ଚ୍ଚନା କରିବା ଉଚିତ୍ । ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଦୋଶରୁ ମୁକ୍ତି ମିଳିଥାଏ । ଧାର୍ମିକ କଥା ଅନୁଯାୟୀ ଭଗବାନ ହନୁମାନଙ୍କ ଭକ୍ତଙ୍କ ଉପରେ ଶନି ଦେବଙ୍କର କୌଣସି ଅଶୁଭ ପ୍ରଭାବ ପଡିନଥାଏ। ଆସନ୍ତୁ ଜାଣିବା ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ କଣ କରିବା ଆବଶ୍ୟକ…

ହନୁମାନ ଚାଳିସା ପାଠ:

ଯିଏ ନିୟମିତ ଭାବରେ ହନୁମାନ ଚାଳିସା ପଢନ୍ତି, ହନୁମାନ ସେହି ବ୍ୟକ୍ତିଙ୍କ ଉପରେ ବିଶେଷ କୃପା କରନ୍ତି । ଦୈନିକ ହନୁମାନ ଚାଳିସା ପଢିବା ଦ୍ୱାରା, ସମସ୍ତ ପ୍ରକାରର ଦୋଶରୁ ମୁକ୍ତି ମିଳିଥାଏ । ଶନି ଦୋଶରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ହନୁମାନ ଚାଳିସା ଏକାଧିକ ଥର ପାଠ କରନ୍ତୁ ।

ଶନିବାର କରନ୍ତୁ ସୁନ୍ଦରାକାଣ୍ଡ ପାଠ:

ଶନି ଦୋଶରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍ । ସୁନ୍ଦରାକାଣ୍ଡ ପଢିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ ।

ଏହି ମନ୍ତ୍ର ଜପ କରନ୍ତୁ:

ଓଁ ହଂ ହନୁମନ୍ତେ ନମଃ

ଏହି ମନ୍ତ୍ର ଜପ କରିବା ଦ୍ୱାରା ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ହନୁମାନଙ୍କ ଆଶୀର୍ବାଦରୁ ଶନି ଦୋଷ ଦୁର ହୋଇଥାଏ ।

ଭଗବାନ ରାମଙ୍କ ନାମ ସଂକୀର୍ତ୍ତନ କରନ୍ତୁ:

ଭଗବାନ ରାମଙ୍କ ନାମର ପବିତ୍ରତା ସମସ୍ତ ପ୍ରକାରର ଦୋଷରୁ ମୁକ୍ତି ଦେଇଥାଏ । ଯେଉଁ ବ୍ୟକ୍ତି ନିୟମିତ ଭାବରେ ପ୍ରଭୁ ରାମଙ୍କ ନାମ ସଂକୀର୍ତ୍ତନ କରିଥାଏ, ସେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହୋଇଥାଏ ।

   Related Posts