Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମକର ରାଶିରେ ଶନି ଓ ବୃହସ୍ପତିଙ୍କ ମିଳନ: ମେଷ, ବୃଷ ସମେତ ଏହି ୪ ରାଶି ହେବେ ଲାଭବାନ, ଧନ ଲାଭ ଯୋଗ

22/09/2021 at 7:15 PM

ଭୁବନେଶ୍ୱର ୨୨/୦୯ : ଜ୍ୟୋତିଷଶାସ୍ତ୍ରରେ ଶନି ଓ ବୃହସ୍ପତିଙ୍କୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଇଛି। ବର୍ତ୍ତମାନ ଶନି ଓ ବୃହସ୍ପତି ମକର ରାଶିରେ ବିରାଜମାନ। ଦେବଗୁରୁ ବୃହସ୍ପତି ଓ ଶନି ଗୋଟିଏ ଗ୍ରହରେ ବିରାଜମାନ ଥିବାରୁ ଶୁଭ ଯୋଗ ରହିଛି। ଏହି ଶୁଭ ଯୋଗ ନିର୍ମାଣ ଯୋଗୁ କିଛି ରାଶି ଲାଭବାନ ହେବେ। ଶନି ଗ୍ରହକୁ ଜ୍ୟୋତିଷଶାସ୍ତ୍ରରେ ପାପ ଗ୍ରହ ବୋଲି କୁହାଯାଏ। ଶନି ଅଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ଜୀବନ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ। କିନ୍ତୁ ଶନି ସବୁବେଳେ ଅଶୁଭ ଫଳ ପ୍ରଦାନ କରିନଥାନ୍ତି। ଶନି ଶୁଭ ଫଳ ମଧ୍ୟ ପ୍ରଦାନ କରିଥାନ୍ତି। ଶନି ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ। ବ୍ୟକ୍ତି ଦରିଦ୍ରରୁ ରାଜା ହୋଇଯାଏ।

ଦେବଗୁରୁ ବୃହସ୍ପତି ଜ୍ଞାନ, ଶିକ୍ଷା, ସନ୍ତାନ, ଧାର୍ମିକ କାର୍ଯ୍ୟ, ଦାନ, ଧର୍ମ, ଧନ, ପୁଣ୍ୟ ଓ ବୁଦ୍ଧିର କାରକ ଗ୍ରହ। ବୃହସ୍ପତି ୨୭ ନକ୍ଷତ୍ର ମଧ୍ୟରେ ପୁନର୍ବସୁ, ବିଶାଖା ଓ ପୂର୍ବା ଭାଦ୍ରବ ନକ୍ଷତ୍ରର ସ୍ୱାମୀ। ଗୁରୁ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ଶନି ଓ ବୃହସ୍ପତି ଗୋଟିଏ ରାଶିରେ ବିରାଜମାନ ଥିବାରୁ କେଉଁ କେଉଁ ରାଶି ଲାଭବାନ ହେବେ ଆସନ୍ତୁ ଜାଣିବା…

ମେଷ – ଗୁରୁ ଓ ଶନି ଗୋଟିଏ ରାଶିରେ ବିରାଜମାନ କରିବା ମେଷ ରାଶି ପାଇଁ ଶୁଭ ରହିବ। ମା’ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରୀ ଓ ବ୍ୟବସାୟରେ ଉନ୍ନତି ହେବ। ମାନ ସମ୍ମାନ ଓ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ।  

ବୃଷ – ଶନି ଓ ଗୁରୁଙ୍କ ମିଳନ ବୃଷ ରାଶି ପାଇଁ କୌଣସି ବରଦାନ ଠାରୁ କମ ନୁହେଁ। ଧନ ଲାଭ ଯୋଗ ରହିଛି। ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଛି। ନିବେଶ ପାଇଁ ଭଲ ସମୟ। ଚାକିରୀ ଓ ବ୍ୟବସାୟ ପାଇଁ ଉତ୍ତମ ସମୟ। କାର୍ଯ୍ୟରେ ସଫଳତା ମିଳିବ।

କର୍କଟ – କର୍କଟ ରାଶି ପାଇଁ ଗୁରୁ ଓ ଶନିଙ୍କ ମିଳନ ଶୁଭ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ମିଳିବ। ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରୀ ଓ ବ୍ୟବସାୟରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ।

ମୀନ – ଶନି ଓ ଗୁରୁଙ୍କ ମିଳନ ମୀନ ରାଶି ପାଇଁ ଶୁଭ ରହିବ। ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ। କାରବାର ପାଇଁ ଶୁଭ ସମୟ। କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖମୟ ରହିବ।

   Related Posts