ଶନିବାର, ୨୫ ତାରିଖ ରାଶିଫଳ: ଭଲ କାମ କରିବାକୁ ଯାଇ ଅପଦସ୍ତ ହେବେ ଏହି ରାଶିର ବ୍ୟକ୍ତି

Published By : Prameya-News7 Bureau | September 24, 2021 IST

ମେଷ–ଆଜିର କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ । ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ବଦଖର୍ଚ୍ଚୀ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ–ପ୍ରତ୍ୟେକ କ୍ଷେତ୍ରରେ ବଡଭାଇପଣିଆ ଦେଖାଇଲେ ଭଲ ହେବ ।ଅପ୍ରିୟ ସତ୍ୟ ଭାବଷଣରୁ ନିବୃତ୍ତ ରହିବା ଭଲ ହେବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୯ ।
• ଚାଷୀ-ଜଳସଞ୍ଚୟ କରନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• କର୍ମଜୀବି- କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

ମିଥୁନ - ବହୁ ବିଳମ୍ବରେ ସତ୍ତ୍ୱେ କାମ ଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ନ ହେବାରୁ ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ । ଗୁରୁଜନଙ୍କ ସ୍ୱାସ୍ଥ୍ୟହାନି ବଢାଇ ପାରେ । ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

ର୍କକଟ–ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ତରରେ ବିଚଳିତ ହେବେ ।ସହକର୍ମୀ କାମଟି କରି ଦେବେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୪ ।
• ଚାଷୀ- ପୁତ୍ର , ପିତାକୁ ସାହାର୍ଯ୍ୟ କରିବେ ।
• ରୋଗୀ- ଥଣ୍ଡ-କଫ ଜନିତ ସାମାନ୍ୟ ପୀଡା ରହିବ ।
• ଛାତ୍ରଛାତ୍ରୀ- ଅନ୍‌ଲାଇନ୍‌ ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• ଗହିଣୀ- ସଦିଚ୍ଛାଭାବ ରହିବ ।

ସିଂହ –ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ, ମାତ୍ର ସାମାନ୍ୟ ବାଧାବିଘ୍ନ ଘଟିପାରେ । ଭଲ କଥା କହିଲେ ମଧ୍ୟ ତାହା ବନ୍ଧୁକୁ ସୁହାଇବ ନାହିଁ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।
• ଚାଷୀ- ଶୁଭ ଫଳ ପାଇ ପାରନ୍ତି ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
• କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୁଖଭାରା ଦିନଟି ।

କନ୍ୟା–ପୂର୍ବାଲୋଚନା ଅନୁଯାୟୀ ବନ୍ଧୁ କଥା ମାନି କାମ କଲେ ସୁବିଧାରେ କାର୍ଯ୍ୟ ହୋଇଯିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖା ଦେବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ତୁଳା–କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ ।ଘର ପାଇଁ ମୂଲ୍ୟବନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ୩ ।
• ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ଜ୍ଞାନ-ଗରିମା ବୃଦ୍ଧି ହେବ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା–ଆଖି ନ ଦେଖା କଥାକୁ ବିଶ୍ୱାସ କରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଇଟ ହୋଇଯିବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୬ ।
• ଚାଷୀ- ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତହେବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କର୍ମକ୍ଷେତ୍ରରେ ଉନ୍ନତି ମିଳିବ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ –ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ । କର୍ମକ୍ଷତ୍ରରେ ମନର ବଳ ଖୁବ୍‌ ଟାଣ ରଖି କାର୍ଯ୍ୟ ସାଧନ କରିବେ ।ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

• ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ପ୍ରତିଯୋଗିତାରେ ବିଜୟୀ ହେବେ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମକର–ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଥିବା ଟଙ୍କା ଫେରିପାଇବେ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୩ ।
• ଚାଷୀ- ସପରିବାର ସହ ସମୟ ବିତାଇବେ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ଆଦର୍ଶ ବ୍ୟକ୍ତିତ୍ୱ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ପରକୁ ଆପଣାର କରିବେ ।

କୁମ୍ଭ - ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ସମାରୋହ, ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ । ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟକଥା କହି ପରିବେଶକୁ ଲାଘବ କରିପାରନ୍ତି । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।
ଚାଷୀ- ଆଦର ମିଳିବ ।
• ରୋଗୀ- ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ ।
• ଛାତ୍ରଛାତ୍ରୀ- ତେଜସ୍ୱୀ ହେବେ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତିକାରକ ହେବ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମୀନ - ପ୍ରିୟଜନମାନଙ୍କସହ ନୂତନ ସ୍ଥାନ କୁବୁଲି ଯିବାର ସୁଯୋଗ ଲାଭ କରିପାରନ୍ତି । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି- ଜଳଯାତ୍ରା ମନା ।
• ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.