ଶାରଦୀୟ ନବରାତ୍ର ଶନିବାର, ଜାଣନ୍ତୁ କେଉଁ ବାହନରେ ଆସିବେ ମା, ଦେଶ ଦୁନିଆ ଲାଗି କିପରି ରହିବ ପ୍ରଭାବ

Published By : Prameya-News7 Bureau | October 16, 2020 IST

ଚଳିତବର୍ଷ ନବରାତ୍ର ୧୭ ଅକ୍ଟୋବର ଶନିବାର ଆରମ୍ଭ ହେବ। ପ୍ରତିବର୍ଷ ପିତୃପକ୍ଷ ଶେଷରେ ନବରାତ୍ର ଆରମ୍ଭ ହୁଏ। ହେଲେ ଚଳିତବର୍ଷ ମଳମାସ ଯୋଗୁ ୧ ମାସ ବିଳମ୍ବରେ ଶାରଦୀୟ ନବରାତ୍ର ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଧାର୍ମିକ ମତରେ ନବରାତ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି। ଏହି ନବ ଦିନରେ ଦେବୀ ଦୁର୍ଗାଙ୍କୁ ତାଙ୍କ ୯ଟି ସ୍ୱରୂପରେ ଭକ୍ତ ଆରାଧନା କରନ୍ତି।

{"id":345734,"sizeSlug":"large"}

ନବରାତ୍ରର ପ୍ରଥମ ଦିନ ଘଟ ସ୍ଥାପିତ ହୁଏ। ସେହିପରି ପୂଜା ପେଣ୍ଡାଲରେ ମାଙ୍କ ପ୍ରତିମାରେ ଚୂଡାନ୍ତ ରୂପ ଦିଆଯାଏ। ଭକ୍ତମାନେ ଘରେ ଓ ପୀଠରେ ନବରାତ୍ର ଧୁମଧାମରେ ପାଳନ କରିବା ସହ ପେଣ୍ଡାଲରେ କେଉଁଠି ଷଷ୍ଠି ତ କେଉଁଠି ସପ୍ତମୀରୁ ପୂଜା ଆରମ୍ଭ ହୁଏ। ତେବେ ଚଳିତବର୍ଷ ଶନିବାର ନବରାତ୍ର ଆରମ୍ଭ ହେଉଥିବାରୁ ଆସନ୍ତୁ ଜାଣିବା କେଉଁ ବାହନରେ ଆସିବେ ମା।

{"id":345737,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ର ଓ ଦେବୀ ଭାଗବତ ପୂରଣ ଅନୁସାରେ ମା ଦୁର୍ଗାଙ୍କ ଧରାବତରଣ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ସମ୍ପର୍କରେ ସୂଚିତ  ଓ ସଚେତନ କରେ। ଦେବୀ ବିଭିନ୍ନ ବାହନରେ ପୂଜା ଲାଗି ଧରାବତରଣ କରନ୍ତି। ଏଥିରେ  ରବିବାର ଅଥବା ସୋମବାର ନବରାତ୍ର ଆରମ୍ଭ ହେଉଥିଲେ ମା ହାତୀ ବାହନରେ ଆସନ୍ତି ବୋଲି ଦେବୀ ଭାଗବତ ପୂରଣରେ କୁହାଯାଏ। ସେହିପରି ଯଦି ଶନିବାର ଓ ମଙ୍ଗଳବାର ଘଟ ସ୍ଥାପନା ହେଉଥାଏ ତେବେ ମା ଘୋଡା଼ରେ ଆସୁଥିବା କୁହାଯାଏ। ଚଳିତବର୍ଷ ଶନିବାର ନବରାତ୍ର ଆରମ୍ଭ ହେଉଛି ଏଣୁ ମା ଘୋଟକ ବାହନରେ ଧରାବତରଣ କରିବେ।

{"id":345738,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ରାନୁସାରେ ମା ଘୋଡାସବାରୀରେ ଆସିବା ପୃଥିବୀବାସୀଙ୍କ ଲାଗି ଶୁଭ ସଂକେତ ନୁହେଁ। ଯଦି ମା ଘୋଟକ ସବାରୀରେ ଆସନ୍ତି ତେବେ ପଡୋଶୀ ଦେଶଙ୍କ ସହ ଯୁଦ୍ଧ ସମ୍ଭାବନା, ଶାସନରେ ହଟଚମଟ ଭଳି ସ୍ଥିତି ସୃଷ୍ଟିକରିବ। ସେହିପରି ଚଳିତବର୍ଷ ଦଶହରାର ସଂକେତରୁ ମା ମହିଁଷ ସବାରୀରେ ଯିବେ ବୋଲି ଜଣାପଡିଛି। ଯାହା ଦେଶଲାଗି ଅତ୍ୟନ୍ତ ଅଶୁଭପ୍ରଦ ବୋଲି ଦେବୀଭାଗବତ ପୂରାଣ କହେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.