Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଶନିବାରରେ ଆପଣଙ୍କ ରାଶିର ଶୁଭାଶୁଭ ବିଚାର- ଜାଣନ୍ତୁ ଶୁଭ ରଙ୍ଗ

22/11/2019 at 6:38 PM

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

ମେଷ–ବନ୍ଧୁ ସହାୟତା ପାଇ ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଧର୍ମ – ଧାରଣା ପ୍ରତି ଅତୁଟ ବିଶ୍ୱାସ ରଖିପାରନ୍ତି । ଶୁଭରଙ୍ଗ ଧଳା।ଶୁଭଅଙ୍କ ୩।

ବୃଷ–ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ପଡିବ । ଶତ୍ରୁ ବୃଦ୍ଧି ଘଟିପାରେ । ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି । ଦୂର ଯାତ୍ରା ଫଳ ଦାୟକହେବ । ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧।

ମିଥୁନ – ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ସର୍ବମଙ୍ଗଳ ଆଶା କରାଯାଏ । ପ୍ରୀତି ଲାଭର ସୂଚନା ମିଳୁଛି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୬।

କର୍କଟ–ଭାଗ୍ୟବାନ୍‌ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଘାତଚନ୍ଦ୍ର ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ପ୍ରଭାବ ମହାନ୍‌ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧।

ସିଂହ –ଗୃହ ଉପକରଣ ସଂଗ୍ରହ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ଉତ୍ସାହ ପ୍ରଦ ଓ ବ୍ୟବସାୟ ଲାଭଜନକ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ରୋଜଗାର ଉଣା ହେବ ନାହିଁ । ଚିନ୍ତାଧାରା ଉନ୍ନତ ମାନର ହେବ ଶୁଭ ରଙ୍ଗ ନୀଳ।ଶୁଭ ଅଙ୍କ ୯।

କନ୍ୟା –ବାଧା-ବିଘ୍ନକୁ ମୁକାବିଲା କରି କାର୍ଯ୍ୟ ସଂପାଦନ କରିପାରନ୍ତି । ହସ-ଖୁସିରେ ସମୟ ବିତାଇ ପାରନ୍ତି । ବିଭିନ୍ନ ସ୍ନେହ ଶ୍ରଦ୍ଧା ପାଇ ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ତୁଳା– କାର୍ଯ୍ୟ ସଂକ୍ରାନ୍ତରେ ପୂର୍ବରୁ ନେଇଥିବା ସିଦ୍ଧାନ୍ତକୁ ହଠାତ୍ ବଦଳାଇ ଦେଇ ପାରନ୍ତି। ପ୍ରଗତି ମାର୍ଗକୁ ଅନୁସରଣ କରି ସଫଳତା ଲାଭ କରିବେ । ସରକାରୀ ସହାୟତା ସହ ଅର୍ଥ ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬।

ବିଛା– ପ୍ରଦ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ-ବେପାରରୁ ପ୍ରଚୁର ଲାଭ ମିଳିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୮।

ଧନୁ –ମାଲି ମକଦ୍ଦମାରେ ବିଜୟ ଲାଭ କରିବେ। ଦାନ-ଧର୍ମକରି ଆତ୍ମତୃପ୍ତି ଲାଭ କରିବେ । ଜିତେନ୍ଦ୍ରିୟ ହେବେ । ଶାସ୍ତ୍ରରତ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ଲୋକପ୍ରିୟତା ଲାଭହେବ । ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୧।

ମକର– ଉଦର ବ୍ୟଥା ଭୋଗ କରିପାରନ୍ତି । ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶୁଭକର୍ମକୁ ସ୍ଥଗିତ ରଖିବାକୁ ପଡିବ। ଦୃଢବିକ୍ରମୀ ହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୩।

କୁମ୍ଭ -ଆର୍ଥିକ ସମସ୍ୟା ଦୂରୀଭୂତ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ। ଅକୁଣ୍ଠିତ ଚିତ୍ତରେ ବନ୍ଧୁମାନଙ୍କ ତରଫରୁ ସାହାର୍ଯ୍ୟର ହାତ ଲମ୍ବି ଆସିବ । ଶୁଭ ରଙ୍ଗ ପିଙ୍କ୍।ଶୁଭ ଅଙ୍କ ୭।

ମୀନ – ବିରକ୍ତିଭାବ ଉପୁଜି ପାରେ। ବିଭିନ୍ନ ସ୍ତରରୁ ସହାୟତା ମିଳିବ। ଅର୍ଥ ସଞ୍ଚୟ କରି ପାରନ୍ତି । ବୁଦ୍ଧି ପ୍ରୟୋଗକରି ଅସାଧ୍ୟ ସାଧନ କରିବେ । ବିନୀତ ସ୍ୱଭାବର ହେବେ । ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୨।

   Related Posts