ଶନିବାରର ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | June 18, 2021 IST

ମେଷ – ଶନିବାର ସମ୍ପର୍କୀୟ ଭାଇ, ଚନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀ ସହ ସମ୍ପର୍କ ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ  ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଯାତ୍ରା କୁସୁମିତ ହେବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ଶନିବାରର ଯାତ୍ରା, ବାଣଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ଲାଭ ରହିବ । ଆଲୋଚନା କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

ମିଥୁନ - ପରିବାରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ବିଶେଷ କଷ୍ଟ ସ୍ୱୀକାର କରିବା ପରେ କାମଟି ବିଳମ୍ବରେ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଚାଷୀ- ଶୁଭ ଫଳ ପାଇ ପାରନ୍ତି ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ଆଶ୍ୱସ୍ତ ହେବେ ।

କର୍କଟ– କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସ୍‌ରେ ପରିସ୍ଥିତିକୁ ଜଟିଳ ମନେ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଆନନ୍ଦ ଉପଭୋଗ କରିବେ ।

ସିଂହ – ପରିସ୍ଥିତିବଶତଃ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା – ପ୍ରତିକୂଳ ପରିସ୍ଥିିତି ଯୋଗୁଁ କର୍ମକ୍ଷେତ୍ରରେ କାମଗୁଡିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- କର୍ମ ଚଞ୍ଚଳ ରହିବେ ।

ବ୍ୟବସାୟୀ- ଶତ୍ରୁହନ୍ତା ହେବେ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା – ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । କଚେରି ମାମଲାରେ ଶୁଣାଣି ବିଳମ୍ବରେ ଘଟିବାରେ ସମ୍ଭାବନା ରହିଛି । କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ବଦଖର୍ଚ୍ଚୀ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା – ସବୁ ଥାଇ ମଧ୍ୟ ନ ଥିଲା ଭଳି ପରିସ୍ଥିତି ଅନୁଭବ କରିପାରନ୍ତି । ସମସ୍ତଙ୍କୁ ସରଳଭାବରେ ଗ୍ରହଣ କରିବା ଅସୁବିଧାରେ କାରଣ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସହଯୋଗ ମିଳିବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ଖଳ ଲୋକମାନଙ୍କ ଦ୍ୱାରା ପ୍ରୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ସୁସ୍ୱାଦୁ ଭୋଜନ ଖାଇବେ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମକର – ଆନୁଷ୍ଠାନିକ ସାହାର୍ଯ୍ୟ ଲାଭ କରି ସ୍ଥଗିତ କାମଟିକୁ ତ୍ୱରାନ୍ୱିତ କରିପାରନ୍ତି । ପରିବାରରେ ଭ୍ରାତୃପ୍ରୀତି ମିଳିପାରେ, ଯାହା କି ସହଯୋଗ ରୂପେ ପ୍ରାପ୍ତ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ଚାଷୀ- ସପରିବାର ସହ ସମୟ ବିତାଇବେ ।

ରୋଗୀ- ଥଣ୍ଡ-କଫ ଜନିତ ସାମାନ୍ୟ ପୀଡା ରହିବ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ସୁଖଭାରା ଦିନଟି ।

କୁମ୍ଭ - ମନ କଥା ମନ ଭିତରେ ରଖି ବନ୍ଧୁଙ୍କ ସହ ମିଶିପାରିଲେ ସୁଯୋଗ ଆପଣା ଛାଏଁ ଆସିବ । କର୍ମକ୍ଷେତ୍ରରୁ ଯାହା ଓ ଯେତିକି ପାଇବା ନିଶ୍ଚିତ ପାଇ ପାରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଚାଷୀ- ସମ୍ମାନ ମିଳିବ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ବିଦେଶ ଯାତ୍ରା ବନ୍ଦ ।

କର୍ମଜୀବି- ସମୟ ଅନୁକୂଳ ରହିବ ।

ବ୍ୟବସାୟୀ- ଭ୍ରମଣ ଯୋଗ କ୍ଷତି କାରକ ହେବ ।

ଗୃହିଣୀ- ଆନନ୍ଦ ଉପଭୋଗ କରିବେ ।

ମୀନ - ଶନିବାର ହାତକୁ ନେଇଥିବା କାର୍ଯ୍ୟ ଅବଶ୍ୟ ସୁବିଧାରେ ହୋଇଯିବ । ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ସହି ନ ପାରି ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ଚାଷୀ- ପୁତ୍ର , ପିତାକୁ ସାହାର୍ଯ୍ୟ କରିବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ଜ୍ଞାନ-ଗରିମା ବୃଦ୍ଧି ହେବ ।

କର୍ମଜୀବି- ସମୟ ଅନୁକୂଳ ରହିବ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ଉଦାର ପ୍ରକୃତିର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.