ଶନିବାରରେ ଚମକିବେ ଏହି ରାଶିର ବ୍ୟକ୍ତି - ଶୁଭ ରଙ୍ଗ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Published By : Prameya-News7 Bureau | December 06, 2019 IST

ମେଷ–ଜୀବିକା ଅର୍ଜନ କ୍ଷେତ୍ରରେ ଦିନଟି ଶୁଭ। ଧାର ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମ ଭାବ ବଢିବ। ଯୁଗ୍ମ ବ୍ୟବସାୟ ଲାଭ ଜନକ ହେବ।ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୪।

ବୃଷ– ପୂଜାପାଠରେ ସମୟ ବିତିବ। ଆତ୍ମ ବିଶ୍ୱାସ ବଢିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୧।

ମିଥୁନ - ଭାବିଥିବା କାମ ସୁରୁଖୁରୁରେ ହୋଇଯିବ।ସମାଜରେ ସମ୍ମାନ ବଢିବ।ଜୀବନସାଥୀଙ୍କ ସହ ଯାତ୍ରାସୁଖଦ ରହିବ।ଭାତ୍ରୁପ୍ରେମ ବଢିବ।ଶୁଭ ରଙ୍ଗ ପିଙ୍କ୍।ଶୁଭ ଅଙ୍କ ୯।

କର୍କଟ–କାମ ସଂପୂର୍ଣ୍ଣ ଲାଗି ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ। ସୁସମ୍ବାଦ ପାଇବେ। ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୧।

ସିଂହ –ନିଜକୁ ସତେଜ ଅନୁଭବ କରିବେ।ବିନା ବାଧା ବିଘ୍ନରେ କାମ ସଂପନ୍ନ ହେବ।ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ।ବଡ ଲୋକଙ୍କ ପରାମର୍ଶ ନେଲେ ଉତ୍ତମ । ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

କନ୍ୟା –ସମୟ ପୂର୍ବରୁ କାମ ସଂପୂର୍ଣ୍ଣ ହେବ। ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ । ବ୍ୟବସାୟରେ ଲାଭ କମ୍‌ ହୋଇପାରେ। ପିତାମାତାଙ୍କ ସହ ସଂପର୍କରେ ସୁଧାର ଆସିବ। ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୨।

ତୁଳା–ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ। ନୂଆଲୋକ ଓ ବିଦେଶୀଙ୍କ ସହି ତମିଶିବେ। ଧନଲାଭର ସୁଯୋଗ ରହିଛି।ବିଦେଶ ଯିବାର ସମ୍ଭାବନା ଅଛି।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୭।

ବିଛା– ଅନ୍ୟମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। କଂପାନି ତରଫରୁ ବିଦେଶ ଯିବାର ସୁଯୋଗ ରହିଛି। ମହିଳାମାନେ ଘର ଓ ବାହାରକାର୍ଯ୍ୟରେ ସ୍ୱାମୀମାନଙ୍କ ସାହାଯ୍ୟ କରିପାରନ୍ତି।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୮।

ଧନୁ –ବହୁ ଦିନର ଇଚ୍ଛା ପୂରା ହେବ। ନୂଆ କାମରେ ରୁଚି ଆସିବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାଂପତ୍ୟଜୀବନ ମଧୁର ହୋଇପାରେ।ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୨।

ମକର–ସାରା ଦିନ ଉତ୍ସାହିତ ରହିବେ। ନୂଆ ଚାକିରି ପାଇଁ ଖବର ଆସିପାରେ।ବ୍ୟବସାୟରୁ ଲାଭମିଳିବ।ଭାଇର ସହଯୋଗ ପ୍ରାପ୍ତ କରିବେ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୯।

କୁମ୍ଭ -ଜୀବନ ସାଥୀଙ୍କ ସହଯୋଗ ପାଇବେ। ନିଜଯୋଜନାରେ ଲୋକଙ୍କୁ ସହମତ କରାଇ ନେବେ। ବ୍ୟବସାୟରେ ଧନ ଲାଭ ହୋଇପାରେ। ପିଲାମାନେ ଶିକ୍ଷା ପାଇଁବିଦେଶ ଯାଇପାରନ୍ତି।ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୮।

ମୀନ - ବୁଦ୍ଧିମତ୍ତାରେ କାମ କରନ୍ତୁ, ସଫଳତା ଓ ଲାଭ ପାଇବେ। ରାଜନେତାଙ୍କ ଲାଗି ଦିନଟି ବଢିଆ ରହିବ। ପୁରୁଣା ମିତ୍ରଙ୍କ ସହିତ ମିଶିବା ଲାଗି ମନ ହୋଇପାରେ । ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.