ଶନିବାର ଏବଂ ରବିବାର ଝାରସୁଗୁଡା ଜିଲ୍ଲା ସଟଡାଉନ୍

Published By : Prameya-News7 Bureau | July 03, 2020 IST

ଝାରସୁଗୁଡା୩/୭: ଶନିବାର ଏବଂ ରବିବାର ଝାରସୁଗୁଡା ଜିଲ୍ଲା ସଟଡାଉନ୍‌ ରହିବ। ଜୋନ-୧ରେ ଯାଉଥିବାରୁ ଝାରସୁଗୁଡା ଜିଲ୍ଲାକୁ ସପ୍ତାହ ଶେଷରେ ଦୁଇ ଦିନ ପାଇଁ ସଟଡାଉନ୍‌ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାରେ ଅଧିକ କରୋନା  ସକ୍ରିୟ ସଂକ୍ରମିତ  ଥିବାରୁ  ସଟଡାଉନ୍‌ ଘୋଷଣା କରାଯାଇଛି । ଝାରସୁଗୁଡା ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ୭୦ ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି ଝାରସୁଗୁଡା ଜିଲ୍ଳାପାଳ ।

ଅନ୍ୟପଟେ ଝାରସୁଗୁଡା ଜିଲ୍ଲାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହରେ ଶେଷ ଦୁଇ ଦିନ ସଟଡାଉନ୍‌ । ଏଥିପାଇଁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର ପ୍ରସାର କରାଯାଉଛି ।ଏହି ସମୟରେ ବ୍ୟକ୍ତିଗତ ପରିବହନ ବନ୍ଦ ରହିବ, ଦୋକାନ ବଜାର ବନ୍ଦ ରହିବ, ସଭା ସମିତି ବନ୍ଦ ରହିବ । ସ୍ଥାନୀୟ ପ୍ରଶାସନ ଏ ସବୁ ନିୟମ କଡାକଡି କରିବେ । ତେବେ ସଟଡାଉନ୍‌ରେ ଜରୁରୀ ସେବା ଚାଲୁ ରହିବ। ମେଡିକାଲ ସେବା, ପୋଲିସ ଓ ଅଗ୍ନିଶମ ବାହିନୀ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ମିଡିଆ, ଜଳ ଯୋଗାଣ, ସ୍ୱରେଜ ସେବା, ବିଦ୍ୟୁତ୍ ଯୋଗାଣ, କୃଷି ଆଦି ସେବା ଯୋଗାଉଥିବା କର୍ମଚାରୀ ସଟଡାଉନରେ ଚାଲୁ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିବା ସହ ଦୁଇ ଦିନ ସଟଡାଉନ୍ ସମୟରେ କେହି ଘରୁ ନବାହାରିବାକୁ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.