Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଶନିବାର, ୩ ତାରିଖ ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

2/04/2021 at 6:20 PM

ମେଷ – ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାଙ୍କ ସମ୍ପର୍କରେ ଚିନ୍ତିତ ରହିବେ । ଯେଉଁ କାମ କରନ୍ତୁନା କାହିଁକି ଠିକ୍‌ ସମୟରେ ସରିବା କଷ୍ଟକର ହେବ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ହାଲୁକା ରହିବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୩ ।
• ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।


ବୃଷ – ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟାରମ୍ଭ , ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ । ଅନୁକୂଳ ପରିବେଶ କାମ ହାସଲ ପାଇଁ ଖୋରାକ ଯୋଗାଇବ । ପରୋକ୍ଷ ଶତ୍ରୁତା ହେତୁ ଚିନ୍ତାରେ ରହିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।


ମିଥୁନ – ଆଜି ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ସବୁଠି ଆଦର ପାଇବେ । ଫେରି ଯାଇଥିବା ବନ୍ଧୁ ଘରକୁ ମେଉଟି ଆସିବାରୁ ଖୁସି ହେବେ ନାହିଁ । କୌଣସି ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହେବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୧ ।
• ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖ ଅନୁଭବ କରିବେ ।

କର୍କଟ – ଉପକୃତ ହୋଇଥିବା ବ୍ୟକ୍ତିଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିପାରନ୍ତି । କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।


ସିଂହ – ସ୍ୱାସ୍ଥ୍ୟ ପ୍ରତି ଜଗି ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ । ବନ୍ଧୁଙ୍କ ଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ । ହଜି ଯାଇଥିବା ପୁଣି ଫେରି ପାଇବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।
• ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।


କନ୍ୟା – ଆକସ୍ମିକ ଭାବରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ । ସ୍ପର୍ଶକାତର କଥାରେ ଚିହ୍ନା ପଡନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
• ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।
• ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ତୁଳା – ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡରେ ତକଲିଫ୍‌ ହୋଇପାରେ । ଭଲ ପାଉଥିବା ବନ୍ଧୁଟି କ୍ରମଶଃ ଦୁରେଇ ଯିବ, ଫଳରେ ମନରେ ସରସତା ରହିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
• ଗୃହିଣୀ- ସୁଖଭାରା ଦିନଟି ।


ବିଛା – ଆଜି ହଠାତ୍‌ କିଛି ନୂଆ କାମ କରିବାକୁ ମନ ବଳିବ । ଏଥିପାଇଁ ଆନୁଷ୍ଠାଙ୍ଗିକ ସାହାର୍ଯ୍ୟ ମଧ୍ୟ ପାଇଯିବେ । କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।
• ବ୍ୟବସାୟୀ- ଚୌର ଭୟ ଅଛି ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।

ଧନୁ – ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମନା କରିବାକୁ ପଡିବ । ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅନ୍ୟର ପ୍ରହେଳିକା ପୂର୍ଣ୍ଣ କଥାରେ ପଡି ପଛରେ ଦୌଡିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
• ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଛାତ୍ରଛାତ୍ରୀ- ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
• ଗୃହିଣୀ- ସଦିଚ୍ଛା ଭାବ ରହିବ ।

ମକର – ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁଁ ମଉଜ ମଜଲିସ୍‌ରେ ସମୟ ଅତିବାଜିତ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
• ଗୃହିଣୀ- ସ୍ୱାଭିମାନୀ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।


କୁମ୍ଭ – ନିଜର ଅବହେଳା ଯୋଗୁଁ କେତେକ କାମରେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ପରିସ୍ଥିତି ଶାନ୍ତ ରହିବ । ପ୍ରଶଂସାକୁ ସହି ନ ପାରି ବିଭିନ୍ନ ପ୍ରକାରର କଟୁ ମନ୍ତବ୍ୟ ଦେଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।
• ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
• ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।
• ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମୀନ – ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
• ଗୃହିଣୀ- ସ୍ୱାଭିମାନୀ ହେବେ ।
• ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
• କର୍ମଜୀବି- ତାପ ଯୋଗୁ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଇପାରେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
• ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

   Related Posts