ଓଡିଶାରେ କଂଗ୍ରେସ ପାଇଁ ପ୍ରଚାର କରିବେ ସିନେଷ୍ଟାର ଶତ୍ରୁଘ୍ନ ସିହ୍ନା ଏବଂ ରାଜ ବାବର

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର୧୦|୪; କଂଗ୍ରେସ ପାଇଁ ଓଡିଶାରେ ମେଗା ଫିଲ୍ମଷ୍ଟାର ପ୍ରଚାର କରିବେ । ରାଜ ବବର ଏବଂ ଶତ୍ରୁଘ୍ନ ସିହ୍ନା ପ୍ରଚାରରେ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ପ୍ରାର୍ଥୀ ହୋଇଥିବା କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳିରେ ଶତ୍ରଘ୍ନ ସିହ୍ନା ପ୍ରଚାର କରିବା ସହ ଜଗତସିଂହପୁର ଏବଂ ବାଲେଶ୍ବରରେ ମଧ୍ୟ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ।

ବାଲେଶ୍ବର ଲୋକସଭା ଆସନରୁ ପ୍ରଦେଶ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଶତ୍ରୁଘ୍ନ ସିହ୍ନା ଗତ ସପ୍ତାହରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସେହିଭଳି ବିବାଦୀୟ ବୟନ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥିବା ରାଜ ବାବର ମଧ୍ୟ ଉପକୂଳ ଓଡିଶାର ପ୍ରଚାରରେ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.