ବିଜେପି ଛାଡିବା ପରେ ଶତ୍ରୁଘ୍ନ କହିଲେ “ନୋଟବନ୍ଦୀ ପ୍ରଚାର ପାଇଁ ନିଜ ମା’ଙ୍କୁ ମଧ୍ୟ ଲାଇନରେ ଛିଡା କରାଇଦେଲେ ମୋଦି”
6/04/2019 at 1:45 PM

ନୂଆଦିଲ୍ଲୀ ୬/୪ : ଆଜି ବିଜେପିର ୩୯ ତମ ସ୍ଥାପନ ଦିବସ | ଦଳର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେଇଛନ୍ତି | ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଶତ୍ରୁଘ୍ନ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି | ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଵାଲା, ବିହାର କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ ଗୋହିଲ, ଦଳର ବରିଷ୍ଠ ନେତା ବେଣୁଗୋପାଳ ଉପସ୍ଥିତ ଥିଲେ |
ନବରାତ୍ରି ଅବସରରେ ଶତ୍ରୁଘ୍ନ କଂଗ୍ରେସ ସାମିଲ ହୋଇ ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି | ଶତ୍ରୁଘ୍ନ ଏହି ଅବସରରେ ମିଡି, ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି | ନିଜ ହୃଦୟର ଯନ୍ତ୍ରଣା ବ୍ୟକ୍ତ କରିଥିଲେ ଶତ୍ରୁଘ୍ନ | ସେ ପ୍ରଶ୍ନ କରିଥିଲେ ଯେ, ବିଜେପିରେ ଥିବାବେଳେ ତାଙ୍କୁ କାହିଁକି ମନ୍ତ୍ରୀ କରାଗଲା ନାହିଁ | ମନ୍ତ୍ରୀ ହେବାର ଦକ୍ଷତା ତାଙ୍କ ମଧ୍ୟରେ ନଥିଲା ନା ଆଉ କିଛି ଖୁଣ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ |

କଂଗ୍ରେସରେ ଯୋଗଦେବା ପରେ ଶତ୍ରୁଘ୍ନ କଣ କଣ ମନ୍ତବ୍ୟ ରଖିଥିଲେ ଜାଣନ୍ତୁ :
ଦେଶ ନିର୍ମାଣରେ କଂଗ୍ରେସ ବହୁତ ବଡ ହାତ ଅଛି
ବିଜେପି ନିଜ ଦଳର ନେତାମାନଙ୍କ ମହତ୍ୱ ଦେଇନାହିଁ, ସେଥିପାଇଁ ଦଳର ବରିଷ୍ଠ ନେତା ଦଳ ଛାଡିଦେଇଛନ୍ତି
ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡ଼ଭାନୀ ବ୍ଲଗ ଲେଖିଥିଲେ, ତାଙ୍କ ଭିତରେ ଅନେକ ଦୁଃଖ ଭାରି ରହିଛି
ନୋଟବନ୍ଦୀ ପ୍ରଚାର ପାଇଁ ମୋଦି ନିଜ ମା’ଙ୍କୁ ମଧ୍ୟ ଲାଇନରେ ଛିଡା କରାଇଥିଲେ, ସେ ସବୁ ଡ୍ରାମା ଥିଲା
ବିଜେପି ବିରୋଧୀଙ୍କୁ ଶତ୍ରୁ ଭଳି ଦେଖିଛି
ନୋଟବନ୍ଦୀ ଦେଶର ସବୁଠାରୁ ବଡ ଦୁର୍ନୀତି
ନୋଟବନ୍ଦୀ ପ୍ରଭାବରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି
ଦେଶକୁ ଇନ୍ଦିରା ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମିଳିନାହିଁ କି ମିଳିବନାହିଁ
ଅଟଳ ବିହାରୀ ବାଜପେୟୀ ଇନ୍ଦିରା ଗାନ୍ଧୀଙ୍କ ତୁଳନା ମା’ ଦୁର୍ଗାଙ୍କ ସହ କରିଥିଲେ
ଜିଏସଟି ବାବଦରେ ମନମୋହନ ସିଂହଙ୍କ ଠାରୁ ରାୟ ନେଇନଥିଲା ବିଜେପି
ଜିଏସଟିରୁ ସବୁଠାରୁ ବେଶୀ ଲାଭବାନ ଚାର୍ଟାଡ଼ ଆକାଉଣ୍ଟାଣ୍ଟ ହୋଇଥିଲେ
ବିଜେପି ୱାନ ମ୍ୟାନ ଶୋ’ ଏବଂ ଟୁ ମ୍ୟାନ ଆର୍ମି ହୋଇଯାଇଛି