ସାରାଭାଇ ଫେମ୍ ସତୀଶ ଶାହଙ୍କୁ ହୋଇଥିଲା କରୋନା : କହିଲେ କିପରି ହେଲେ ଆରୋଗ୍ୟ

Published By : Prameya-News7 Bureau | August 10, 2020 IST

ମୁମ୍ବାଇ ୧୦/୮: ବରିଷ୍ଠ ଅଭିନେତା ସତୀଶ ଶାହ ସୋସିଆଲ୍ ମିଡିଆରେ କହିଥିଲେ ଯେ ସେ ଗତ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ କିନ୍ତୁ ମେଡିକାଲ୍ କର୍ମଚାରୀଙ୍କ ଉଦ୍ୟମରେ ସେ ଏବେ ପୂରାପୂରି ସୁସ୍ଥ ହୋଇଛନ୍ତି। ସାରାଭାଇ vs ସାରାଭାଇ ଏବଂ ୟେ ଜୋ ହେ ଜିନ୍ଦେଗୀ ଭଳି ପ୍ରୋଜେକ୍ଟସରେ ନଜର ଆସିଥିବା ସତୀଶ ଜୁଲାଇ ୨୦ତାରିଖରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ସେ ଜୁଲାଇ ୨୮ତାରିଖରେ କରୋନା ନେଗେଟିଭ ହେବା ପରେ ଡିସଚାର୍ଜ ହୋଇଥିଲେ।ୟ

wp:core-embed/twitter {"url":"https://twitter.com/sats45/status/1292309433058381824","type":"rich","providerNameSlug":"twitter","className":""}
https://twitter.com/sats45/status/1292309433058381824
/wp:core-embed/twitter

ସେ କହିଥିଲେ ଯେ ଏବେ ପୂରାପୂରି ଠିକ୍ ଅଛନ୍ତି। ପ୍ରୋଟୋକଲ୍ ହିସାବରେ ସେ ନିଜକୁ ଅଗ​‌ଷ୍ଟ ୧୧ତାରିଖ ଯାଏଁ କ୍ବାରେଣ୍ଟାଇନ୍ କରିବାର ଥିଲା। ତାଙ୍କୁ ଜ୍ବର ହୋଇଥିବାରୁ ସେ ଔଷଧ ସାହାଯ୍ୟରେ କମ୍ କରିବାକୂ ଉଦ୍ୟମ କରିଥିଲେ କିନ୍ତୁ ତା’ପରେ ତାଙ୍କୁ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା ଏବଂ ସେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ଯେ ହସ୍ପିଟାଲରେ ଚିକିତ୍ସା କରାନ୍ତୁ କାରଣ ଡାକ୍ତର ରୋଗୀଙ୍କୁ ଲଗାତାର ମନିଟର କରୁଛନ୍ତି। ଏହା ଦ୍ବାରା ଆପଣ ଏଥିରୁ ଶୀଘ୍ର ବର୍ତ୍ତିପାରିବେ।

{"id":312432,"sizeSlug":"large"}

ସତୀଶ କହିଛନ୍ତି ଯେ ଆପଣଙ୍କୁ କରୋନାକୁ ନେଇ ଡରିବାର ଆବଶ୍ୟକତା ନାହିଁ। ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କ ଅସୁସ୍ଥତା ଆହୁରି ବଢ଼ିପାରେ। ତାଙ୍କ କେସରେ ସେ ନିଜ ବୟସ ଯୋଗୁଁ ଚିନ୍ତିତ ଥିଲେ କିନ୍ତୁ ଏବେ ସେ ପୂରା ଠିକ୍ ଅଛନ୍ତି ଏବଂ ଲୋକଙ୍କୁ ମଧ୍ୟ ସକରାତ୍ମକ ରହିବାକୁ ପରାମର୍ଶ ଦେଉଛନ୍ତି। ଏହା ପୂର୍ବରୁ ଶାହ ଟ୍ବିଟରରେ ନିଜ ସୁସ୍ଥତା ପାଇଁ ମେଡିକାଲ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

{"id":312434,"sizeSlug":"large"}

ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଗ୍ରାଜୁଏଟ୍ ଶାହ ଗତ ୪ଦଶକରୁ ଟିଭି ଏବଂ ଫିଲ୍ମରେ ଆକ୍ଟିଭ ଅଛନ୍ତି। ସେ କୁନ୍ଦନ ଶାହଙ୍କ ଫିଲ୍ମ ଜାନେ ଭି ଦୋ ୟାରୋ,ସୂରଜ ବଡ଼ଜାତ୍ୟାଙ୍କ ଫିଲ୍ମ ହମ ଆପକେ ହେ କୌନ,ହମ ସାଥ ସାଥ ହେ ଏବଂ ଫରାହ ଖାନଙ୍କ ଆକ୍ସନ କମେଡ଼ି ମେଁ ହୁଁ ନା ଜରିଆରେ ପ୍ରଶଂସକଙ୍କ ଗହଣରେ ଲୋକପ୍ରିୟତା ହାସଲ କରିଥିଲେ। ସେ ଶେଷ ଥର ସ୍କ୍ରିନରେ ୨୦୧୭ମସିହାରେ କମେଡ଼ି ଶୋ ସାରାଭାଇ vs ସାରାଭାଇରେ ନଜର ଆସିଥିଲେ।

{"id":312435,"width":591,"height":328,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.