ଗିରଫ ହେବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ! ଆଶିଷ ମିଶ୍ରାଙ୍କ ନାଁରେ ସମନ, ଇଜିରେ ହାଜର ହେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | October 08, 2021 IST

ଉତ୍ତରପ୍ରଦେଶ ୦୮/୧୦: ୟୁ.ପି. ଲଖୀମପୁର ମାମଲାରେ ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କ ନାଁରେ ସମନ ଇସ୍ୟୁ କରିଛି ପୋଲିସ । ଆଜି ପୋଲିସ ନିକଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଶିଷଙ୍କ ପତ୍ତା ମିଳୁନଥିବା ବେଳେ ତାଙ୍କ ଘର ଆଗରେ ନୋଟିସ ଲଗାଯାଇଛି । ଆଶିଷ ମିଶ୍ରା ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ରହିଛି ।

ଏ ନେଇ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲାରେ ରୁଜୁ ହୋଇଛି । ଉତ୍ତରପ୍ରଦେଶ ପୁଲିସ ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ। ଏଥି ସହିତ ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କ ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଲଖୀମପୁର ଖେରୀ ହିଂସାରେ ୪ ଜଣ ଚାଷୀଙ୍କ ସମେତ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.