Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଟୋକିଓ ଅଲିମ୍ପିକ୍ସ : ବକ୍ସିଂ କ୍ୱାର୍ଟରରେ ସତୀଶ କୁମାର, ପ୍ରତିପକ୍ଷକୁ ୪-୧ରେ କଲେ ପରାସ୍ତ

29/07/2021 at 9:39 AM

ଟୋକିଓ ୨୯।୦୭: ଭାରତକୁ ଆଉ ଏକ ସଫଳତା । ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର । ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।

ଟୋକିଓ ଅଲିମ୍ପିକର ଆଜି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି । ପ୍ରଥମେ  ତୀରଚାଳନା,  ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ ହୋଇଛନ୍ତି । ବକ୍ସିଂ କ୍ବାର୍ଟରରେ ଭାରତର ସତୀଶ କୁମାର। ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ଭାରତୀୟ ବକ୍ସର ସତୀଶ କୁମାର । ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।

ସେହିପରି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ  ଭଲ ଆରମ୍ଭ କରିଛନ୍ତି । ସେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫ ଓ ୨୧-୧୩ ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ପିଭି ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ । ସେ ଏପରି ଉପଲବ୍ଧି ପାଇଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ସେ ଆଉ ଦୁଇଟି ମୁକାବିଲା ଜିତିଲେ ପଦକ ପାଇବା ସୁନିଶ୍ଚିତ ।

   Related Posts