ମଞ୍ଚ ଉପରେ ଚୁଟି କାଟିଲେ ମନ୍ତ୍ରୀ, ସନ୍ତୁଷ୍ଟ ହୋଇ ଯୁବକଙ୍କୁ ସେଲୁନ ଖୋଲିବା ପାଇଁ ଦେଲେ ୬୦ ହଜାର ଟଙ୍କା

Published By : Prameya-News7 Bureau | September 12, 2020 IST

ଭୋପାଳ ୧୨।୦୯: ଜଣେ ଯୁବକ ସେଲୁନଟିଏ ଖୋଲିବା ପାଇଁ ମଧ୍ୟ ପ୍ରଦେଶ ମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ କାର୍ଯ୍ୟକ୍ରମ ସମୟରେ ମଞ୍ଚରେ ନିଜର କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି। ଯୁବକଙ୍କ କାମରେ ସନ୍ତୁଷ୍ଟ ହୋଇ ଜଙ୍ଗଲ ମନ୍ତ୍ରୀ ବିଜୟ ଶାହା ମଞ୍ଚ ଉପରେ  ହିଁ ୬୦  ହଜାର ଟଙ୍କା ପୁରସ୍କାର ଦେଇଛନ୍ତି।

ସ୍ଥାନୀୟ ଯୁବକ ରୋହିଦାସ ସେଲୁନଟିଏ ଖୋଲିବା ପାଇଁ ମନ୍ତ୍ରୀଙ୍କୁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରିଥିଲେ। ଏହା ପରେ କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ ରୋହିଦାସଙ୍କୁ ମଞ୍ଚକୁ ଡକାଇ ତାଙ୍କ ଚୁଟି ଏବଂ ଦାଢି କାଟିବାକୁ କହିଥିଲେ।

ଏହା ପରେ ରୋହିଦାସ ମାସ୍କ ପିନ୍ଧି ମଞ୍ଚରେ ହିଁ ମନ୍ତ୍ରୀଙ୍କ ଚୁଟି କାଟିବା ସହିତ ସେଭ୍ କରିଥିଲେ। ରୋହିଦାସଙ୍କ କାମରେ ସନ୍ତୁଷ୍ଟ ହୋଇ ମନ୍ତ୍ରୀ ତାଙ୍କୁ ୬୦ ହଜାର ଟଙ୍କା ଦେଇଥିଲେ। ଲକ୍‌ଡାଉନ୍ କାରଣରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କିଛି ମାସରେ ଲୋକଙ୍କୁ ରୋଜଗାର ହରାଇବାକୁ ପଡିଛି। ମୁଁ ଲୋକଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଁ ରୋହିଦାସଙ୍କୁ ମଞ୍ଚକୁ ଡକାଇ ଚୁଟି କଟାଇଥିଲି ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅର୍ଥ ରୋହିଦାସଙ୍କୁ ମନ୍ତ୍ରୀଙ୍କ ବିବେକାଧୀନ ପାଣ୍ଠିରୁ ଦିଆଯାଇଛି। ସରକାର ଯୁବ ବର୍ଗଙ୍କୁ ବ୍ୟାଙ୍କ ଜରିଆରେ ଋଣ ଯୋଗାଉଛନ୍ତି ଯଦ୍ଵାରା ସେମାନେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରି ପାରିବେ। ସେମାନଙ୍କୁ କେବଳ ମୂଳ ରାଶି ଦେବାକୁ ପଡିବ। ରାଜ୍ୟ ସରକାରଙ୍କୁ ଏହା ଉପରେ ସୁଧ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.