Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ରାଜଧାନୀର ହାଲ୍‌ ବେହାଲ୍‌: କରୋନାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପିତାଙ୍କ ପରଲୋକ

2/05/2021 at 3:51 PM

ନୂଆଦିଲ୍ଲୀ ୨/୫: ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର କରୋନା ପରିସ୍ଥିତି। କରୋନାରେ ବେହାଲ ଦିଲ୍ଲୀର ହାଲ। ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହୋଇଛି। ହସ୍ପିଟାଲ ବାହାରେ ଲମ୍ବା ଲାଇନ୍‌ ଦେଉଛନ୍ତି ରୋଗୀ। ଧାଡ଼ିରେ ଛିଡ଼ା ହେବା ବେଳେ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ମିଳୁଛି। ତାଠୁ ଅଧିକ ଆଉ ଏକ ସମ୍ବେଦଶୀଳ ଖବର ମିଳିଛି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିତାଙ୍କ କରୋନରେ ଦେହାନ୍ତ ହୋଇଯାଇଛି। ରବିବାର ଦ୍ବିପ୍ରହରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଟ୍ବିଟ୍‌ କରି ସେ ଲେଖିଛନ୍ତି, ‘ଆମ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ବାପାଙ୍କୁ ହରାଇଛନ୍ତି। କରୋନାରେ ତାଙ୍କ ବାପାଙ୍କ ନିଧନ ହୋଇଛି। ଦିଲ୍ଲୀବାସୀଙ୍କ ପାଇଁ ସତ୍ୟେନ୍ଦ୍ର ଜୈନ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି। ତାଙ୍କ ବାପାଙ୍କ ଆତ୍ମକୁ ଶାନ୍ତି ମିଳୁ। ପରିବାରକୁ ସମବେଦନା ଜଣାଉଛି।’  ଶ୍ରୀଯୁକ୍ତ ଜୈନ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି। ଗତବର୍ଷ ସତ୍ୟେନ୍ଦ୍ର ଜୈନ କରୋନରେ ପୀଡ଼ିତ ହୋଇଥିଲେ। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ।

   Related Posts