ବେଜିଂ ୧୩।୦୯: ଅନ୍ତରୀକ୍ଷରେ ସୁପର ପାଓ୍ଵାର ହେବାକୁ ଉଦ୍ୟମ କରୁଥିବା ଚୀନକୁ ଲାଗିଛି ବଡ ଝଟକା। ତରବରିଆ ଭାବେ ଉତକ୍ଷେପଣ କରାଯାଇଥିବା ଚୀନର ସାଟେଲାଇଟ୍ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିଫଳ ହୋଇଛି ଏବଂ ଆକାଶରେ ନିଜ କକ୍ଷରୁ ବିଚ୍ୟୁତ୍ ହୋଇ କ୍ରାଶ ହୋଇ ଯାଇଛି। ଚୀନର ମହାକାଶ ଏଜେନ୍ସି ମିଶନ ବିଫଳ ହେବାର କାରଣ ଉପରେ ଯାଞ୍ଚ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ ବୈଜ୍ଞାନିକଙ୍କୁ ଗବେଷଣା କରିବାଠୁ ଅଧିକ ଚିନ୍ତା ଶୀଘ୍ର ଶୀଘ୍ର ସମସ୍ତଙ୍କୁ ପଛରେ ପକାଇବା ଉପରେ ରହିଛି। ଏଥିପାଇଁ ଚୀନର ଅନେକ ମିଶନ କ୍ରମାଗତ ବିଫଳ ହେବାରେ ଲାଗିଛି।
ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ ନେଇ ଏକ ଖବର ପ୍ରକାଶିତ କରିଛି, ଯେଉଁଥିରେ ଚୀନର ଅପ୍ଟିକାଲ ରିମୋଟ୍ ସେସିଙ୍ଗ ସାଟେଲାଇଟ୍ ଜିଲିନ-ଏକ ଗୋଫେନ ୦୨-ସି ପୂର୍ବ ନିର୍ଦ୍ଧାରିତ ସମୟରେ କକ୍ଷରେ ପହଞ୍ଚିବାରେ ବିଫଳ ହୋଇଛି।
ଏହାକୁ ଗୋବି ମରୁଭୂମିରେ ନିର୍ମିତ ଜିଉକ୍ଵାନ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ସ୍ଥାନୀୟ ସମୟ ଅନୁସାରେ ୧ଟା ୨ ମିନିଟ୍ରେ ପ୍ରକ୍ଷେପଣ କରାଯାଇଥିଲା। ଏହି ଉପଗ୍ରହକୁ Kuaizhou-1a ସଲିଡ ରକେଟ୍ରୁ ଉତ୍କ୍ଷେପଣ କରାଯାଇଥିଲା। ଉତକ୍ଷେପଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରକେଟ୍ ଲଞ୍ଚ ହେବା ମାତ୍ରେ ହିଁ ଏହାର ଗତିବିଧି ଅସ୍ଵାଭାବିକ ଥିଲା ଏବଂ ମିଶନ ବିଫଳ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଉପଗ୍ରହ ମହାକାଶରେ ନିଖୋଜ ହେବା ସହ କ୍ରାଶ ହୋଇ ଯାଇଛି।