ଉହାନରେ ୧୪ହଜାର କରୋନା ଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁ ! ସାଟେଲାଇଟ୍ ଚିତ୍ରରୁ ଭୟଙ୍କର ସ୍ଥିତିର ସଙ୍କେତ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୨: ସାରା ବିଶ୍ବରେ କରୋନା ଭାଇରସ୍ ରେ ୪୩,୦୯୮ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୦୧୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୪୦,୧୭୧ ଲୋକ କେବଳ ଚୀନ୍ ରେ ସଂକ୍ରମିତ ହୋଇଛନ୍ତି । ଚୀନ୍ ରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଲାଣି । ଏବେ ଏଭଳି ଚିତ୍ର ସାମ୍ନାକୁ ଆସିଛି ଯେ ଯାହା ଆଶ୍ଚର୍ଯ୍ୟ କରିଦେବ । ଚୀନ୍ ସରକାର ମୃତକଙ୍କ ସଂଖ୍ୟା ଲୁଚାଇବାକୁ ମୃତଦେହକୁ ଜଳାଇ ଦେଉଥିବାର ସାଟେଲାଇଟ୍ ଚିତ୍ରରୁ ସଂକେତ ମିଳୁଛି । ଶବ ଜଳାଇବା ଦ୍ବାରା ଅଧିକ ମାତ୍ରାରେ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୋଇଥାଏ । ଚୀନ୍ ରେ ଶବ ଜଳାଯିବାର ପରମ୍ପରା ନଥିବାରୁ ଏହା ଅଧିକ ଆଶ୍ଚର୍ଯ୍ୟ କରୁଛି ।

{"id":223217,"sizeSlug":"large"}

ଉହାନର କିଛି ସାଟେଲାଇଟ୍ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସହର ଉପରେ ନିଆଁର ବଡ ଆସ୍ତରଣ ଭଳି କିଛି ଚିତ୍ର ଦେଖାଯାଉଛି । ଏଥିରୁ ଜଣାପଡୁଛି ଯେ, ଅଧିକ ମାତ୍ରାରେ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେଉଛି ।

{"id":223219,"sizeSlug":"large"}

ସାରା ବିଶ୍ବର ବୈଜ୍ଞାନିକଙ୍କ ଅନୁସାରେ ଏଭଳି ଅଧିକ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ସେତେବେଳେ ନିର୍ଗତ ହୋଇଥାଏ ଯେତେବେଳେ ମେଡିକାଲର ଆବର୍ଜନା ଜଳାଯାଇଥାଏ ଅଥବା ଲୋକଙ୍କ ଶବ ଜଳାଯାଇଥାଏ । ଚୀନ୍ ରେ କିଛି ସୋସିଆଲ ମିଡିଆରେ ମଧ୍ୟ ସହର ବାହାରେ ଶବ ଜଳାଯାଉଥିବାର ଖବର ବ୍ୟାପିବାରେ ଲାଗିଛି ।

{"id":223218,"sizeSlug":"large"}

ଉହାନରେ ସଲଫର ଡାଇଅକ୍ସାଇଡ୍ ର ସ୍ତର ୧୭୦୦ ୟୁଜି/କ୍ୟୁବିକ୍ ମିଟର ରହିଛି । ଯାହା କ୍ଷତିକାରର ସ୍ତରର ୨୧ ଗୁଣ ଅଧିକ । ୮୦ ୟୁଜି/କ୍ୟୁବିକ୍ ମିଟର କ୍ଷତିକାରର ସ୍ତର ବୋଲି ଧରାଯାଏ । ଉହାନ ଭଳି ଚୋଙ୍ଗାକ୍ବିଙ୍ଗରର ମଧ୍ୟ ରହିଛି । ସେଠାରେ ମଧ୍ୟ କରୋନା ବ୍ୟାପିବାରେ ଲାଗିଛି । ବିଶେଷଜ୍ଞଙ୍କ ଅନୁସାରେ ଏଭଳି ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେବାର କାରଣ ହେଉଛି ପ୍ରାୟ ୧୪ହଜାର ଶବ ଜଳାଯାଇଛି ।

{"id":223221,"sizeSlug":"large"}

ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି କରୋନା ଭାଇରସ୍ ଏହିଭଳି ଭାବେ ବ୍ୟାପେ ତେବେ ଫେବୃଆରୀ ମାସ ଶେଷ ହେବା ବେଳକୁ ସହରର ପ୍ରାୟ ୫ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.