ପୃଥିବୀକୁ ରକ୍ଷା କରୁଛି ଟେଲିକମ୍ୟୁନିକେସନ ସାଟେଲାଇଟ୍, ଉଲକା ପିଣ୍ଡରୁ ଦେଉଛି ସୁରକ୍ଷା

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ, ୧୨/୦୭: ପୃଥିବୀକୁ କୌଣସି ବଡ ଉଲକା ପିଣ୍ଡ କିମ୍ବା ଆଉ କିଛି ମହାଜାଗତିକ ବସ୍ତୁରୁ ରକ୍ଷା ପାଉଛି । ପୃଥିବୀର ବିଶେଷ କିଛି କ୍ଷତି ହେଉ ନାହିଁ । ଏହାକୁ ବିଭିନ୍ନ ଟିଭି ବ୍ରଡକାଷ୍ଟିଂ ସାଟେଲାଇଟ୍ ଦ୍ୱାରା ପ୍ରତିହତ କରାଯାଇପାରୁଛି । ଏନେଇ ୟୁରୋପିଆନ ଏରୋସ୍ପେସ୍ କମ୍ପାନୀ ଏୟାରବସର ଏକ ଗବେଷଣାରୁ ଜଣା ପଡିଛି ।

ଏହି ଗବେଷଣାକୁ ଏୟାରବସ୍ ଓ ୟୁରୋପିଆନ ସ୍ପେସ୍ ଏଜେନ୍ସି ମିଳିତ ଭାବେ କରିଥିଲେ । ଏଥିରୁ ଜଣାପଡିଥିଲା ଯେ, ପୃଥିବୀର ବିଷୁବ ମଣ୍ଡଳରେ ଟେଲି ଯୋଗାଯୋଗ ବାବଦରେ ଅନେକ ସାଟେଲାଇଟ୍ ରହିଛି । ଏହି ସବୁକୁ ସେହି ସ୍ଥାନରେ ରଖାଯାଇଛି ଯାହା ପୃଥିବୀ ଆଡକୁ ସିଧା ହୋଇ ରହିଥିବା ଭଳି ଲାଗିଥାଏ । ଏହି ସବୁ ପୃଥିବୀର ଗତି ସହ ସମାନ ଭାବେ ଘୁରିଥାଏ ।

ଏହି ସବୁ ସାଟେଲାଇଟର ଓଜନ ୪୦୦୦ରୁ ୬୦୦୦ କେଜି ହୋଇଥାଏ । ଏହି ସବୁ ସାଟେଲାଇଟ ପାଖରେ ପୃଥିବୀରେ ମାଡ ହେବାକୁ ଥିବା କିଛି ବଡ ଉଲକା ପିଣ୍ଡକୁ ନିଜ ଆଡକୁ ଆକର୍ଷିତ କରିବାର ଶକ୍ତି ରହିଥାଏ । କାରଣ ହେଉଛି ସାଟେଲାଇଟର ଓଜନ । ଗବେଷକ ଆଲବର୍ଟ ଫକଙ୍କ କହିବାନୁସାରେ, ପ୍ରାୟ ୧୦ ଟି ସାଟେଲାଇଟ୍ ଉପରେ ଗଗେଷଣା କରାଯାଇଥିଲା । ଯାହା କୌଣସି ବିଶାଳ ଉଲକାପିଣ୍ଡର ଦିଗକୁ ୩୦୦ ମିଟର ବା ୧୦୦୦ ଫୁଟ୍ ଯାଏଁ ପରିବର୍ତ୍ତନ କରିପାରୁଛି । କିନ୍ତୁ ନିଜ କ୍ଷେତ୍ରଠୁ ଦୂରରେ ଥିବା ଉଲକାପିଣ୍ଡ ଉପରେ ଏହା ପ୍ରଭାବ ପକାଇବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

କ'ଣ ଟେଲି ଯୋଗାଯୋଗ ସାଟେଲାଇଟ୍ ?

ପୃଥିବୀର କକ୍ଷପଥରେ ଅନେକ ଟେଲି ଯୋଗାଯୋଗ ବା କମ୍ୟୁନିସକେସନ ସାଟେଲାଇଟ୍ ରହିଛି । ସାଟେଲାଇଟ୍ ଗୁଡିକ ମିଳିତ ଭାବେ କୌଣସି ବଡ ମହାଜାଗତିକ ବସ୍ତୁ ବା ଉଲକାପିଣ୍ଡର ଦିଗରେ ପରିବର୍ତ୍ତନ କରିପାରୁଛନ୍ତି । ତେବେ ଏହା ଶତ ପ୍ରତିଶତ ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରି ନପାରିଲେ ମଧ୍ୟ କିଛିମାତ୍ରାରେ ସୁରକ୍ଷିତ ରଖିପାରୁଛି । ଏହା ଉପରେ ନାସା ଅଧିକ ଗବେଷଣା ଆରମ୍ଭ କରିଛି । ଆସନ୍ତା ବର୍ଷ ନାସା ଏନେଇ ଡାର୍ଟ୍ ମିଶନ ଆରମ୍ଭ କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.