ମହାକାଶରୁ ମଧ୍ୟ ଦୃଶ୍ୟମାନ "ଷ୍ଟାଚ୍ୟୁ ଅଫ ୟୂନିଟି" : ସାଟେଲାଇଟ ଜାରି କଲା ଫଟୋ

Published By : Prameya-News7 Bureau | November 17, 2018 IST

ଅହମଦାବାଦ ୧୭/୧୧ : ବିଶ୍ୱର ସବୁଠାରୁ ଉଚ୍ଚତମ ଷ୍ଟାଚ୍ୟୁର ମାନ୍ୟତା ପାଇଛି 'ଷ୍ଟାଚ୍ୟୁ ଅଫ ୟୂନିଟି' | ଏହି ଷ୍ଟାଚ୍ୟୁର ଉଚ୍ଚତା ହେଲା ୧୮୨ ମିଟର | ତେବେ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ ଏହି ଷ୍ଟାଚ୍ୟୁ ମହାକାଶରୁ ମଧ୍ୟ ପରିସ୍କାର ନଜର ଆସୁଛି | ଆମେରିକାର କମର୍ସିୟାଲ ସାଟେଲାଇଟ ନେଟୱାର୍କ ପ୍ଲାନେଟ ଶୁକ୍ରବାର ଦିନ ଏହି ଷ୍ଟାଚ୍ୟୁର ଏକ ଫଟୋ ମହାକାଶରୁ ଉଠାଇଥିଲା | ମହାକାଶରୁ ଏହି ଫଟୋ ସମ୍ପୃର୍ଣ ପରିସ୍କାର ଦେଖାଯାଉଥିବା ନେଇ ପ୍ଲାନେଟ ଟ୍ୱିଟ କରିଥିଲା | ଫଟୋଟି ନଭେମ୍ବର ୧୫ ତାରିଖରେ ଉଠାଯାଇଥିଲା | କିଛି ଦିନ ପୂର୍ବରୁ ଅହମଦାବାଦର ନର୍ମଦା ନଦୀ କୁଳରେ ତିଆରି ହୋଇଥିବା ଷ୍ଟାଚ୍ୟୁ ଅଫ ୟୂନିଟି ଉଦଘାଟିତ ହୋଇଥିଲା | ଷ୍ଟାଚ୍ୟୁର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସବୁଠାରୁ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଚ୍ୟୁ ବିଶ୍ୱରେ ପ୍ରଥମ | ଏହି ଷ୍ଟାଚ୍ୟୁକୁ ସମ୍ପୂର୍ଣ କରିବା ପାଇଁ ୫ବର୍ଷ ସମୟ ଲାଗିଥିଲା | ଏଥପାଇଁ ଖର୍ଚ୍ଚ ହୋଇଥିଲା ୩୦୦୦ କୋଟି ଟଙ୍କା | ଷ୍ଟାଚ୍ୟୁ ଅଫ ୟୂନିଟି ଏମିତି କିଛି ମଣିଷକୃତ୍ୟ ଷ୍ଟ୍ରକ୍ଚର ମଧ୍ୟରୁ ଗୋଟିଏ ଝା ପୃଥିବୀ ଉପରୁ ମଧ୍ୟ ଦୃଶ୍ୟମାନ | ଦୁବାଇର ସମୁଦ୍ର କୁଳରେ ଅବସ୍ଥାନ ପାମ ଆଇଲ୍ୟାଣ୍ଡ, ମିଶରର ଗ୍ରେଟ ପିରାମିଡ଼ ଅଫ ଗିଯା ସମେତ ଅନ୍ୟ ଦୁଇଟି ମଣିଷକୃତ୍ୟ ଷ୍ଟ୍ରକ୍ଚର ରହିଛି ଯାହାକି ମହାକାଶରୁ ଦୃଶ୍ୟମାନ | ସୂଚାନଯୋଗ୍ୟ ଯେ, ଆମେରିକାର ସ୍କାଇଲ୍ୟାବ କମ୍ପାନୀ ଷ୍ଟାଚ୍ୟୁ ଅଫ ୟୂନିଟିର ଫଟୋ ଜାରି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.