Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାଜ୍ୟ ସରକାରଙ୍କ ଘୋଷଣା : ଚାଷୀଙ୍କୁ ମିଳିବ ମାଗଣା ବିହନ, ଛାଡ଼ ହେବ ଜଳକର

15/11/2018 at 8:41 PM

ଭୁବନେଶ୍ବର୧୫|୧୧: ୨୦୧୮ ମରୁଡ଼ି ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

୩୩% ବା ତଦୁର୍ଦ୍ଧ୍ବ ଫସଲ ହାନି ହୋଇଥିବା ବୃଷ୍ଟିପୁଷ୍ଟ /ଅଣଜଳସେଚିତ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପ୍ରତି ୬୮୦୦ଟଙ୍କା,ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩,୫୦୦ଟଙ୍କା ,ବର୍ଷବ୍ୟାପି ଫସଲ ନିମନ୍ତେ ହେକ୍ଟର ପ୍ରତି ୧୮୦୦୦ଟଙ୍କା ଓ ପ୍ରତି ଚାଷୀଙ୍କୁ ସର୍ବାଧିକ ୨ହେକ୍ଟର ପର୍ଯ୍ୟନ୍ତ ଦିଆ ଯିବାରେ ବ୍ୟବସ୍ଥା ଅଛି। ବର୍ଷବ୍ୟାପି ଫସଲ ନିମନ୍ତେ ସର୍ବନିମ୍ନ ୨୦୦୦ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ସର୍ବନିମ୍ନ ୧୦୦୦ଟଙ୍କା ହେକ୍ଟର ପ୍ରତି ଇନପୁଟ ସବସିଡି ପ୍ରଦାନ କରାଯିବ।

ରବି ୨୦୧୮-୧୯ରେ ୧,୦୦,୦୦୦ ଡାଲି ମିନିକିଟ,୩୦,୦୦୦ ତୈଳବୀଜ ମିନିକିଟ ଓ ୨୦,୦୦୦ ପନିପରିବା ବିହନ ମିନିକିଟ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ।

ଶତକଡ଼ା ୫୦ଭାଗ ଓ ସର୍ବାଧିକ ୧୫,୦୦୦ଟଙ୍କା ରିହାତିରେ ୩୦୦୦ଗୋଟି ପାଣିପମ୍ପ ଏବଂ ୯୦% ଓ ସର୍ବାଧିକ ୫୪,୦୦୦ଟଙ୍କା ରିହାତିରେ ସୈାର ଜଳନିଧି ଯୋଜନାରେ ୧୦୦୦ଗୋଟି ସୈାରଚାଳିତ ପାଣିପମ୍ପ ଯୋଗାଇ ଦିଆଯିବ।

ରବି ୨୦୧୮-୧୯ରେ ୫୦% କିମ୍ବା ସର୍ବାଧିକ ୩୮୦୦ଟଙ୍କା ରିହାତିରେ ବ୍ୟାଟେରି ଚାଳିତ ସିଞ୍ଚନ ଯନ୍ତ୍ର ଓ ସର୍ବାଧିକ ୬୦୦ ଟଙ୍କା ରିହାତିରେ ହସ୍ତ ଚଳିତ ସିଞ୍ଚନ ଯନ୍ତ୍ର ସମୁଦାୟ ୩୦୦୦ ଗୋଟି ପ୍ରଦାନ କରାଯିବ ।

ମରୁଡ଼ି ଅଞ୍ଚଳରେ ଉନ୍ନତ ମାନର ଅଧିକ ଅମଳ କ୍ଷମ ବିହନ ଯୋଗାଇଦେବା ନିମନ୍ତେ କୃଷି ବିଭାଗ ତରଫରୁ ତୁରନ୍ତ ବ୍ୟବସ୍ଥା କରାଯାଇଅଛି ।

ପ୍ରଭାବିତ ଗ୍ରାମର ଅଚଳ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରିବାକୁ ଜଳସେଚନ ନିଗମ ପଦକ୍ଷେପ ନେବ ।

ବିଦ୍ୟୁତ ବିଭାଗ ଏହି ଜଳସେଚନ ପ୍ରକଳ୍ପ ଓ ବକେୟା ସମସ୍ତ ଗଭୀର ନଳକୂପ ଗୁଡ଼ିକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ପଦକ୍ଷେପ ନେବ ।

କୃଷି ଋଣ :

୩୩ % କିମ୍ୱା ତଦୁର୍ଦ୍ଧ ଫସଲ ହାନି ହୋଇଥିବା ଅଞ୍ଚଳରେ ୨୦୧୮ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତିତ କରାଯିବ । ଏହି ଖରିଫ ସ୍ୱଳ୍ପ ଅବଧି ଅଗ୍ରିମ ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତନ କରିବାର ନିର୍ଧାରିତ ତାରିଖ ୩୦ ସେପ୍ଟେମ୍ୱର ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ୨୦୧୮ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ରବି ଋତୁରେ ଫସଲ ଚାଷ ପାଇଁ ଖରିଫ ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ନୂତନ ଭାବେ ଫସଲ ଋଣ ଯୋଗାଇ ଦିଆଯିବ । ଅଧିକରୁ ଅଧିକ ଭାଗଚାଷୀ/ବାଚନିକ ଚାଷୀଙ୍କୁ ନେଇ Joint Liability Group(JLG) ଗଠନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ସେମାନଙ୍କୁ ରବି ଋୁତୁରେ ଋଣ ଦେବାକୁ ବ୍ୟବସ୍ଥା କରାଯିବ ।

ଧାର୍ଯ୍ୟ ସମୟରେ ଋଣ ପରିଶୋଧକାରୀ ଚାଷୀଙ୍କୁ ଅବଧି ଋଣ (ପରିବର୍ତ୍ତିତ) ନିମନ୍ତେ ପ୍ରତ୍ସୋହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ବୀମାରାଶି ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଚାଷୀ ମାନଙ୍କର ତୁରନ୍ତ ଶସ୍ୟକାଟ କରି ଫସଲ ବୀମାରାଶି ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଅଛି ।

ପ୍ରାଣୀ ସମ୍ପଦ ଉନ୍ନୟନ କ୍ଷେତ୍ର :

ମରୁଡ଼ି ପ୍ରଭାବିତ ଗ୍ରାମ ପଞ୍ଚାୟତ ଗୁଡ଼ିକର ବାସହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଜୀବନ ଜୀବିକା ସହାୟତା ହିସାବରେ ୨୦୦୦୦ ଜଣଙ୍କୁ ବାଡ଼ିରେ କୁକୁଡ଼ା ଚାଷ ନିମନ୍ତେ ସହାୟତା ଦିଆଯିବ । ତତ୍‌ସହିତ ସଘନ ଘାସ ଚାଷ ନିମନ୍ତେ ଉପଯୁକ୍ତ ଘାସ ବିହନ ପୁଡ଼ିଆ ଯୋଗାଇ ଦିଆଯିବ ।

ଖଜଣା :

MINREGA ଅଧୀନରେ ଜଳ ଅମଳ ପ୍ରକଳ୍ପ, ଡାଇଭରସନ ଓ୍ୱେର ଓ ପଙ୍କ ଉଦ୍ଧାର କାର୍ଯ୍ୟ ପଞ୍ଚାୟତରାଜ ବିଭାଗ ଦ୍ୱାରା କରାଯିବ । MINREGA ଅଧୀନରେ ଅତିରିକ୍ତ ୫୦ ଶ୍ରମଦିବସ ସୃଷ୍ଟି କରାଯିବ ।

୩୩ % କିମ୍ୱା ତଦୁର୍ଦ୍ଧ ଫସଲ ହାନି ହୋଇଥିବା ଅଞ୍ଚଳରେ ଚାଷୀମାନଙ୍କର ଖଜଣା ଓ ଜଳକର ସମ୍ପୂର୍ଣ୍ଣ ଛାଡ କରାଯିବ ।

ଗ୍ରାମଞ୍ଚଳରେ ମହାଜନୀ କାରବାର କରୁଥିବା ଏବଂ ଚାଷୀଙ୍କୁ ଆର୍ଥିକ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ଦୃଷ୍ଟି ରଖିବ ଏବଂ ସେମାନଙ୍କ ବିରୋଧରେ ସ୍ଥାନୀୟ ପୋଲିସ ଭାରତୀୟ ପିଙ୍ଗଳ କୋଡ଼ ଓ Money Lending Act ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଓ ଉପ ଆରକ୍ଷୀ ଅଧିକ୍ଷକ ମାନେ ଏଥି ନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଅଛି । ପୋଲିସ ଉପ ନିର୍ଦ୍ଦେଶକ ଏହାକୁ ସମୀକ୍ଷା କରିବେ ।

ମରୁଡ଼ି ପ୍ରଭାବିତ ଅଞ୍ଚଳର ସମସ୍ତ ସରକାରୀ ଓ ସରକାର ଅନୁଦାନ ପ୍ରାପ୍ତ ବିଦ୍ୟାଳୟ/ ମହାବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଫିସ/ ଟ୍ୟୁସନ ଫିସ ସମ୍ପୂର୍ଣ୍ଣ ଚାଡ଼ କରାଯିବ ।

 

   Related Posts