Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୨୦୧୯ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ସରୋଜ ଶ୍ରେଷ୍ଠ ଅଭିନେତା ଏବଂ କାବ୍ୟା ଶ୍ରେଷ୍ଠ ଅଭିନେତ୍ରୀ

5/11/2021 at 5:07 PM

ଭୁବନେଶ୍ୱର, ୦୫/୧୧: ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି । ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା  ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ୨୦୧୯ ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ମିଳବ ବୋଲି ଜଣାପଡ଼ିଛି ।

ସେହିପରି କାଲିର ଅତୀତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ୨୦୧୯ ପୁରସ୍କାର ପାଇଁ ମନୋନୀତ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନୀଳମାଧବ ପଣ୍ଡା । ସଙ୍ଗୀତକାର ବୈଦ୍ୟନାଥ ମିଶ୍ର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର । ନାୟକର ନାଁ ଦେବଦାସର ର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍‌ ପାଢ଼ୀ ମନୋନୀତ ହୋଇଥିବା ବେଳେ ଦୀପ୍ତିରେଖା ପାଢ଼ୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ମନୋନୀତ କରାଯାଇଛି । ସେହିପରି ଶ୍ରେଷ୍ଠ କାହାଣୀକାର ଭାବେ କପିଳେନ୍ଦ୍ର । ଖୁସି ଚଳଚ୍ଚିତ୍ରର ସଂପାଦନା ପାଇଁ ରାଜେଶ ଦାସଙ୍କୁ ପୁରସ୍କାର ମିଳିବ । ଶ୍ରେଷ୍ଠ ଗୀତିକାର ଅରୁଣ ମନ୍ତ୍ରୀ( ବାପା ତୁମେ ଭାରି ଦୁଷ୍ଟ ) ଏବଂ ଶ୍ରେଷ୍ଠ ଚିତ୍ରଗ୍ରହଣ ପାଇଁ ରବିନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

   Related Posts