ସାତକେ।ଶିଆକୁ ଆସିଛି ମହାବଳ କାହ୍ନା ପାଇଁ ସାଥୀ ସୁନ୍ଦରୀ

Published By : Prameya-News7 Bureau | June 29, 2018 IST

ସାତକେ।ଶିଆକୁ ଆସିଛି ଆଉ ଜଣେ ନୂଆ ଅତିଥି । ମହାବଳ କାହ୍ନା ପାଇଁ ଆସିଛି ସାଥୀ ସୁନ୍ଦରୀ । ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ କାହ୍ନା ପାଇଁ ଆସିଲା ବାନ୍ଧବୀ । ୭୬୭ କିଲୋମିଟର ଅତିକ୍ରମ କରି ଆସିଛି କାହ୍ନା ପାଇଁ ଆସିଛି ସୁନ୍ଦରୀ । ଗତ ୨୧ତାରିଖରେ ସାତକେ।ଶିଆରେ ବାଘ ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଗେ।ଟିଏ ମହାବଳ ବାଘକୁ ଅଣାଯାଇଥିଲା । ତେବେ ସେହି ବାଘ ପାଇଁ ଆଉ ଏକ ଅଢେଇ ବର୍ଷର ବାଘୁଣୀକୁ ବାନ୍ଧବଗଡ଼ରୁ ଅଣାଯାଇଛି । ବାଘୁଣୀକୁ ଟ୍ରାଙ୍କୁଲାଇଜର କରି ସ୍ବତନ୍ତ୍ର ଗାଡ଼ିରେ ଅଣାଯାଇଥିଲା । ବାଘୁଣୀର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହା ସହ ବାଘୁଣୀର ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ବାହାରେ ୮ଟି , ଭିତରେ ୪ଟି ସିସିଟିଭି କ୍ୟାମେରା ଲାଗିଛି । ସୁନ୍ଦରୀର ଚିକିତ୍ସା ପାଇଁ ୨ ଜଣ ଡାକ୍ତର ଏବଂ ୧୦ ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ସୁନ୍ଦରୀ ପାଇଁ ଏନ୍ କ୍ଲୋଜର ଭିତରେ ଏକ ବାରହା ଛଡାଯାଇଛି । ଖୁବଶୀଘ୍ର ଉଭୟଙ୍କୁ ଜଙ୍ଗଲ ମଧ୍ୟରେ ଛଡାଯିବ । ଏହାପରେ ଆଉ ଦୁଇ ଯୋଡ଼ା ବାଘ ବାଘୁଣୀକୁ ଅଣାଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.