ବାନ୍ଧବଗଡ଼ ଫେରିଯିବ ସୁନ୍ଦରୀ
14/09/2018 at 11:19 AM

ଅନୁଗୁଳ ୧୪/୯ : ଗୋଟିଏ ମାସ ମଧ୍ୟରେ ସୁନ୍ଦରୀର କାର୍ଯ୍ୟକଳାପରେ ଅସ୍ତବ୍ୟସ୍ତ ହୋଇପଡିଛି ବନବିଭାଗ | ବାଘୁଣୀ ସୁନ୍ଦରୀକୁ ଜଙ୍ଗଲରୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା ପ୍ରସ୍ତୁତ କରିଛି | ଆସନ୍ତା ୧୫ ତାରିଖ ସୁଦ୍ଧା ବାଘୁଣୀକୁ ପୁଣି ଠାରେ ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଆଯିବ | ଏଥିପାଇଁ ବାନ୍ଧବଗଡ଼ ଓ ଦେହରାଡୁନରୁ ଦୁଇଟି ଟିମ ଆସିବ | ବନବିଭାଗର ଏଭଳି ନିଷ୍ପତ୍ତି ପରେ ସାତକୋଶିଆର ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ଉଠିଛି ଅନେକ ପ୍ରଶ୍ନ | ଏହି ଘଟଣା ପରେ ପ୍ରକଳ୍ପ କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି | ଯଦି ସୁନ୍ଦରୀକୁ ପୁଣି ଠାରେ ମଧ୍ୟ ପ୍ରଦେଶର ବାନ୍ଧବଗଡ଼ ଫେରାଇ ନିଆଯାଏ ତେବେ ପରବର୍ତୀ ପର୍ଯ୍ୟାୟରେ ଆସିବାକୁ ଥିବା ଆଉ ଦୁଇ ଯୋଡ଼ା ବାଘ ପଠାଇବା ଦିଗରେ ସହମତି ମିଳିବା ନେଇ ଉଠିଛି ପ୍ରଶ୍ନ | ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି ବାଘୁଣୀକୁ ମଧ୍ୟ ପ୍ରଦେଶକୁ ଫେରାଇ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି | ଯେଉଁ ବାଘ ଓ ବାଘୁଣୀକୁ ଅଣାଯାଇଥିଲା ସେମାନଙ୍କୁ ଅଲଗା ଏନକ୍ଲୋଜରରେ ରଖାଗଲା, ଫଳରେ ପରସ୍ପର ସଂସ୍ପର୍ଶରେ ସେମାନେ ଆସିଲେନାହିଁ |