ସୁନ୍ଦରୀ ବାଘୁଣୀ ପାଇଁ ବଦଳିଲେ ସାତକୋଶିଆ ଡିଏଫଓ

Published By : Prameya-News7 Bureau | September 21, 2018 IST

ଅନୁଗୁଳ ୨୧/୯: ବାଘୁଣୀ ‘ସୁନ୍ଦରୀ’ ପାଇଁ ସାତକଶିଆ ଡିଏଫଓଙ୍କୁ ବଦଳି କରାଯାଇଛି । ସୁନ୍ଦରୀ ବାଘୁଣୀ ଆକ୍ରମଣରେ ହାତିବାରୀର କୈଳାସୀ ସାଏଙ୍କ ମୃତ୍ୟୁ ଓ ତା’ପରବର୍ତ୍ତୀ ପରିସ୍ଥିତିକୁ ଡିଏଫଓ ସିଏମ୍‌ଟି ରେହମାନ ଠିକ୍‌ରେ ପରିଚାଳନା କରିପାରିନଥିଲେ ବୋଲି ସରକାର ତାଙ୍କୁ ବଦଲି କରିଥିବା କୁହାଯାଉଛି । ବନବିଭାଗର ଅବହେଳା ଯୋଗୁ ଜଣଙ୍କର ଜୀବନ ଗଲା ବୋଲି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜାସୁରକ୍ଷା ସମିତି ଡିଏଫଓଙ୍କ ବଦଳି ଦାବି କରିଆସୁଥିଲା । ବାଘୁଣୀ ଆକ୍ରମଣରେ ପ୍ରାଣ ହରାଇଥିବା କୈଳାସୀ ସାଏଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାଘ ଆକ୍ରମଣରୁ ମୃତ୍ୟୁ ବୋଲି ଦର୍ଶାନଯିବା ଯୋଗୁଁ ମଧ୍ୟ ଡିଏଫଓଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସମିତିର ଉପଦେଷ୍ଟା ବିରେନ ନାଏକ ନ୍ୟୁଜ୍‌୭କୁ ସାକ୍ଷାତକାର ଦେଇ ଡିଏଫଓଙ୍କ ବଦଳି ଦାବି କରିଥିଲେ । ସୂଚନାଯୋଗ୍ୟ ଯେ କୈଳାସୀ ସାଏଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ବନବିଭାଗ ବିଫଳ ହୋଇଥିଲା ଫଳରେ ବହୁ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା । ବଦଳି ହୋଇଥିବା ଡିଏଫଓଙ୍କ ସ୍ତାନରେ ଅନ୍ୟ କାହାକୁ ଦାୟିତ୍ୱ ଦିଆଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.