Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସାତକୋଶିଆରେ ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ଆରମ୍ଭ ହେଲା ଯୋଜନା: ନନ୍ଦନକାନନରୁ ଆସିବେ ୮ଟି ଘଡ଼ିଆଳ

17/07/2019 at 2:11 PM

ଅନୁଗୁଳ୧୭|୭: ସାତକୋଶିଆର ମହାନଦୀରେ ଘଡ଼ିଆଳ କୁମ୍ଭୀରର ବଂଶ ବୃଦ୍ଧି ପାଇଁ ଆରମ୍ଭ ହେଲା ଯୋଜନା। ନନ୍ଦନକାନନରୁ ଆସିବ ୮ ଟି ଘଡ଼ିଆଳ।ସେଥିପାଇଁ ପ୍ରକୃତି ଓ ପରିବେଶ ନିରୀକ୍ଷଣ କରୁଛନ୍ତି ବିଶେଷଜ୍ଞ ଟିମ। ଏପଟେ ସ୍ଥାନୀୟ ଅଧିବାସୀଙ୍କ ରହିଛି ଜୀବନ ଜୀବିକା ଆଉ ସୁରକ୍ଷାର ଚିନ୍ତା । ନଚେତ ବ୍ୟାଘ୍ର ପ୍ରକଳ୍ପରେ ବ୍ରେକ ଲାଗିଲା ଭଳି ପରିସ୍ଥିତି ହୋଇପାରେ ବୋଲି ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା।

ଅନଗୁଳ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଟିକରପଡା ଠାରେ ରହିଛି କୁମ୍ଭୀର ପ୍ରଜନନ କେନ୍ଦ୍ର। କିନ୍ତୁ ଏବେ ଏହି ପ୍ରଜନନ କେନ୍ଦ୍ର ବିଲୁପ୍ତ ପ୍ରାୟ। ସମୟ ଥିଲା କେନ୍ଦ୍ର ଆଉ ରାଜ୍ୟର ସହାୟତାରେ ଶହ ଶହ ଘଡ଼ିଆଳ ଆଉ ମଗର କୁମ୍ଭୀର ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଥିଲା। ସମୟ କ୍ରମେ ଏହି ସଂଖ୍ୟା ଏବେ ଆଙ୍ଗୁଠି ଗଣତିରେ ସୀମିତ ରହିଛି। ଅଛନ୍ତି ମାତ୍ର ୮ ଟି ଘଡ଼ିଆଳ ଆଉ ୧୫୦ ଟି ମଗର। ମହାନଦୀର ଗଣ୍ଡରେ ଏମାନଙ୍କ ବଂଶ ବିସ୍ତାର ହୋଇପାରୁନାହିଁ। କୁମ୍ଭୀର ମୃତ୍ୟୁର କାରଣ ସଠିକ କହି ହେଉନଥିଲେ ମଧ୍ୟ ନେଟିଙ୍ଗ ଆଉ ଫିସିଙ୍ଗ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଛି ବୋଲି କହୁଛନ୍ତି ବନ ବିଭାଗ।

 କିନ୍ତୁ ଏବେ ପୁଣିଥରେ ନନ୍ଦନକାନନ ରୁ ୮ଟି ଘଡ଼ିଆଳ ଆଣି ମହାନଦୀରେ ଛାଡିବାକୁ ଯୋଜନା କରୁଛି ବନ ବିଭାଗ। ଏଥିପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା। ନେଟିଙ୍ଗ ଆଉ ଫିସିଙ୍ଗକୁ ବାରଣ କରିଛନ୍ତି। ମହାନଦୀରେ ବିଶେଷଜ୍ଞ ମାନେ ବୁଲି ବୁଲି ସର୍ଭେ କାମ ଆରମ୍ଭ କରିଛନ୍ତି। ଏମିତି ହେଲେ ପୁଣିଥରେ ସାତକୋଶିଆ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଆଶା କରିଛି ବନ ବିଭାଗ।

ସେପଟେ ଏପରି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ସାତକୋଶିଆ ବାସୀ। ଏହା ନିଶ୍ଚିତ ସ୍ଥାନୀୟ ଲୋକଙ୍କୁ ଅର୍ଥ ରୋଜଗାର ଦେଇପାରିବ। କିନ୍ତୁ ତା ପୂର୍ବରୁ ସ୍ଥାନୀୟ ଲୋକମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହେବା ଦରକାର। ମହାନଦୀ ଉପରେ ନିର୍ଭରକରି ଚଳୁଥିବା ଲୋକମାନେ କିଭଳି ଜୀବିକା ନିର୍ବାହ କରିବେ ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇ ପ୍ରକଳ୍ପକୁ ଆଗେଇ ନେବା ଉଚିତ ବୋଲି ଉଭୟ ପରିବେଶବିତ ଆଉ ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି।

ତେବେ ସବୁକିଛି ନିର୍ଭର କରୁଛି ସାତକୋଶିଆ ବାସୀଙ୍କ ଉପରେ। ଯଦି ବନ ବିଭାଗ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ଏବଂ ସୁରକ୍ଷା କଥା ଚିନ୍ତା ନ କରେ ତେବେ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ବ୍ରେକ ଲାଗିବା ଭଳି ପରିସ୍ଥିତି ନିଶ୍ଚିତ ହେବ ବୋଲି ରିଆକ୍ସନ ହୋଇଛି।

   Related Posts