ଲକଡାଉନରେ ଅଭିନେତାଙ୍କ ନିଆରା ବିବାହ : ମାସ୍କ ପିନ୍ଧି ଲଙ୍ଗ୍ ଟାଇମ୍ ଗାର୍ଲଫ୍ରେଣ୍ଡଙ୍କୁ କଲେ ବିବାହ

Published By : Prameya-News7 Bureau | July 01, 2020 IST

ମୁମ୍ବାଇ ୧/୭: ଶଶୁରାଲ ସିମର କା ଫେମ୍ ମନୀଷ ରାୟସିଂଙ୍ଘନ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଛନ୍ତି। ମନୀଷ ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ସଙ୍ଗୀତା ଚୌହାନଙ୍କୁ ଗୁରୁଦ୍ବାରରେ ବିବାହ କରିଛନ୍ତି। ଉଭୟଙ୍କ ବିବାହର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

{"id":294217,"sizeSlug":"large"}

ଲକଡାଉନ୍ ଯୋଗୁଁ ମନୀଷ ଏବଂ ସଙ୍ଗୀତା ଗୁରୁଦ୍ବାରରେ ସରଳ ଏବଂ ନିରାଡମ୍ବର ଭାବେ ବିବାହ କରିଛନ୍ତି। ଏହି ବିବାହରେ ଅଳ୍ପ କେତେକ ଲୋକ ସାମିଲ ହୋଇଥିଲେ। ବିବାହ ପରେ କପଲ୍ ପାପାରାଜିଙ୍କୁ ପୋଜ ମଧ୍ୟ ଦେଇଥିଲେ।

{"id":294218,"sizeSlug":"large"}

ବଧୂ ବେଶରେ ସଙ୍ଗୀତା ଖୁବ୍ ସୁନ୍ଦର ଦେଖାଯାଉଥିଲେ। ମନୀଷ ବି ବହୁତ ହ୍ୟାଣ୍ଡସମ୍ ଦେଖାଯାଉଥିଲେ। ବର-ବଧୂ ଉଭୟେ ଆଉଟଫିଟ ରଙ୍ଗର ମ୍ୟାଚିଂ ମାସ୍କ ପିନ୍ଧିଥିଲେ।

{"id":294219,"sizeSlug":"large"}

ସେଠାରେ ଉପସ୍ଥିତ ଥିବା ଅତିଥିମାନେ ମଧ୍ୟ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ମନୀଷ ଏବଂ ସଙ୍ଗୀତା ବିବାହରେ କରୋନା ଜନିତ ସମସ୍ତ ନିୟମକୁ ପାଳନ କରିଥିଲେ।

{"id":294220,"width":587,"height":587,"sizeSlug":"large"}

ସଙ୍ଗୀତା ପଞ୍ଜାବୀ ଲୁକ୍ କ୍ୟାରି କରିଥିଲେ। ପଞ୍ଜାବୀ ବଧୂ ହୋଇଥିବା ସଙ୍ଗୀତା ଖୁବ୍ ସୁନ୍ଦର ଦେଖାଯାଉଥିଲେ। ସେ ପିଙ୍କ୍ କଲରର ବ୍ରାଇଡାଲ୍ ସୁଟ୍ ପିନ୍ଧିଥିଲେ।

{"id":294221,"sizeSlug":"large"}

ଏହା ସହିତ ସେ ଚୂଡ଼ା,ଗ୍ରୀନ୍ ଏବଂ ଗୋଲ୍ଡେନ୍ ମିକ୍ସ କୁନ୍ଦନ ନେକପିସ୍-ଟୀକା,କଲୀରେ,ପିଙ୍କ୍ ମାସ୍କ ସଙ୍ଗୀତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲା।

{"id":294222,"width":591,"height":443,"sizeSlug":"large"}

ମନୀଷ ବ୍ଲ୍ୟୁ ଜ୍ୟାକେଟ୍,ଲାଇଟ୍ ପିଙ୍କ କଲରର କୁର୍ତ୍ତା ଏବଂ ହ୍ବାଇଟ୍ ପାଇଜାମା ପିନ୍ଧିଥିଲେ। ସେ ପୋଷାକ ମ୍ୟାଚିଂ ମାସ୍କ ପିନ୍ଧିଥିଲେ। ବିବାହ ପାଇଁ ସେ ଖୁବ୍ ଏକ୍ସାଇଟେଡ ଦେଖାଯାଉଥିଲେ।

{"id":294225,"width":593,"height":309,"sizeSlug":"large"}

ମନୀଷ ଗୋଟିଏ ଫଟୋରେ ସାନିଟାଇଜର ସହ ପୋଜ୍ ଦେଉଛନ୍ତି। ବିବାହ ଦିନ ମନୀଷ ଫୁଲଅନ୍ ମସ୍ତି ମୁଡରେ ଦେଖାଯାଇଥିଲେ।

{"id":294223,"sizeSlug":"large"}

ମନୀଷ ଏବଂ ସଙ୍ଗୀତାଙ୍କୁ ପ୍ରଶଂସକ ଶୁଭେଚ୍ଛା ଜଣାଉଛନ୍ତି। ଲକଡାଉନ୍ ଯୋଗୁଁ ସଙ୍ଗୀତା ଏବଂ ମନୀଷଙ୍କ ଭାର୍ଚୁଆଲ୍ ସଙ୍ଗୀତ ଏବଂ ମେହେନ୍ଦୀ ସେରେମନି ହୋଇଥିଲା। ଏହି ବିବାହରେ ସୋସିଆଲ୍ ଡିସଟ୍ୟାନସିଂର ପୂରା ନିୟମ ପାଳନ କରାଯାଉଥିଲା।

{"id":294224,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.