ଦୁଃଖ ଓ ଲଜ୍ଜ୍ୟା : ଆଶିଷ ରାୟଙ୍କ ମେଡିକାଲ୍ ବିଲ୍ ଦେବାକୁ ଅକ୍ଷମ ହେଲେ ପରିବାର,ସାହାଯ୍ୟ କରିବାକୁ ଆସିଲେନି କେହି,ଘରେ ରହିବାକୁ ଏବେ ବାଧ୍ୟ

Published By : Prameya-News7 Bureau | June 10, 2020 IST

ମୁମ୍ବାଇ ୧୦/୬: ଟିଭି ଧାରାବାହିକ ଶଶୁରାଲ୍ ସିମର କା ଫେମ୍ ଆଶିଷ ରାୟ ଦୀର୍ଘ ଦିନରୁ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ଆଶିଷଙ୍କୁ ମୁମ୍ବାଇ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ମାସରେ ଆଶିଷ ରାୟଙ୍କ ଶରୀରରେ ପାଣି ଭରିବା ଫଳରେ ତାଙ୍କର ଡାୟେଲିସିସ୍ ଚାଲିଥିଲା। ଏପରି କ୍ଷେତ୍ରରେ ସେ ଫେସବୁକରେ ନିଜ ବନ୍ଧୁ ଏବଂ ପ୍ରଶଂସକଙ୍କଠୁ ଆର୍ଥିକ ସାହାଯ୍ୟ ମାଗିଥିଲେ।

ଆଶିଷଙ୍କ ସାହାଯ୍ୟ ପାଇଁ କିଛି ଛାତ୍ର ତାଙ୍କ ଆକାଉଣ୍ଟରେ ଟଙ୍କା ଦେଇଥିଲେ କିନ୍ତୁ ତାହା ଆବଶ୍ୟକତାଠୁ କମ୍ ଥିଲା। କେବଳ ଏତିକି ନୁହେଁ ଆଶିଷ ସାହାଯ୍ୟ ପାଇଁ ନିଜର ଜଣେ ବନ୍ଧୁ ସୂରଜ ଥପ୍ପରଙ୍କ ଜରିଆରେ ସଲମାନ ଖାନଙ୍କ ନିକଟକୁ ପହଞ୍ଚିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଏବେ ସୁଦ୍ଧା ତାଙ୍କୁ ସାହାଯ୍ୟ ମିଳିନଥିଲା ଏବଂ ଆଶିଷ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଚାଲି ଆସିଛନ୍ତି।

ଟଙ୍କା ଅଭାବରୁ ଆଶିଷଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ପଡ଼ିଥିଲା। ମେ ୨୪ତାରିଖରେ ଆଶିଷ ଘରକୁ ଚାଲିଆସିଛନ୍ତି। ତାଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିଲା ଏବଂ ବିଲ୍ ମଧ୍ୟ ୨ଲକ୍ଷ ଟଙ୍କା ହୋଇ ସାରିଥିଲା। ଆଶିଷ ଯେକୌଣସି ମତେ ହସ୍ପିଟାଲର ବିଲ୍ ପଇଠ କରିଥିଲେ। ଏବେ ତାଙ୍କର ଆଉ ୨ମାସ ଚିକିତ୍ସା ଦରକାର। ଆଶିଷ ଗୋଟିଏ ଦିନ ଛାଡ଼ି ହସ୍ପିଟାଲ୍ ଯାଉଛନ୍ତି। ଏଠାରେ ତାଙ୍କୁ ୩ଘଣ୍ଟା ଡାୟେଲିସିସ୍ ପାଇଁ ୨୦ହଜାର ଟଙ୍କା ଦେବାକୁ ପଡ଼ୁଛି।

ଆଶିଷ ଏବେ ନିଜ ଘରେ ଅଛନ୍ତି ଏବଂ ଅତ୍ୟଧିକ ଦୁର୍ବଳ ଅନୁଭବ କରୁଛନ୍ତି। ଘରେ ତାଙ୍କ ସେବା କରିବା ପାଇଁ ଜଣେ ହାଉସ୍ ହେଲ୍ପର ଅଛନ୍ତି ଯିଏ ଆଶିଷଙ୍କ ଦେଖାଶୁଣା କରୁଛନ୍ତି। ଫ୍ଲାଇଟ୍ ନ ଚାଲୁଥିବା କାରଣରୁ ତାଙ୍କ ଭଉଣୀ ଆସି ପାରୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.