ICUରେ ନିଜ ଜୀବନ ବଞ୍ଚାଇବା ପାଇଁ ହାସ୍ୟ ଅଭିନେତା ସୋସିଆଲ ମିଡିଆରେ କରୁଛନ୍ତି ସମସ୍ତଙ୍କୁ ଅନୁରୋଧ

Published By : Prameya-News7 Bureau | May 19, 2020 IST

ମୁମ୍ବାଇ ୧୯/୫: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ କାରଣରୁ ଲୋକଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କେବଳ ସାଧାରଣ ଜନତା ନୁହଁନ୍ତି ବରଂ ସେଲିବ୍ରିଟିମାନେ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଟିଭି ଅଭିନେତା ମନମିତ ଗ୍ରେଓ୍ବାଲଙ୍କ ଆତ୍ମହତ୍ୟାର ଖବର ଶୁଣିବାକୁ ମିଳିଥିଲା। ସେ ବେକାର ଏବଂ ଆର୍ଥିକ ସମସ୍ୟା ସହି ନ ପାରି ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହା ପରେ ଶୁଣିବାକୁ ମିଳୁଛି ଶଶୁରାଲ୍ ସିମର କା ର ଅଭିନେତା ଆଶିଷ ରାୟ ଦୀର୍ଘ ଦିରୁ ଅସୁସ୍ଥ ଅଛନ୍ତି ଏବଂ ଆଇସିୟୁରେ ଭର୍ତ୍ତି ଅଛନ୍ତି। ସେ ନିଜ ଶାରିରୀକ କଷ୍ଟ ସହ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି।

{"id":272486,"sizeSlug":"large"}

ଆଶିଷଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ଯେ ସେ ଫେସବୁକ୍ ପୋଷ୍ଟ ଜରିଆରେ ନିଜ ପ୍ରଶଂସକଙ୍କ ସାହାଯ୍ୟ ମାଗିଛନ୍ତି ଏବଂ ଟଙ୍କା ଦେବାକୁ କହିଛନ୍ତି। କୁହାଯାଉଛି ଯେ ସେ ଏବେ ଡାଇଲିସିସରେ ଅଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ରହିଛି। ହସ୍ପିଟାଲରେ ଆଡମିଟ ଥିବା ଆଶିଷ ରାୟ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଇଣ୍ଟେରାକ୍ଟ କରୁଛନ୍ତି ଏବଂ ସେଠାରେ ନିଜ ଅବସ୍ଥା ବିଷୟରେ ସମସ୍ତଙ୍କୁ ଜଣାଉଛନ୍ତି।

{"id":272487,"sizeSlug":"large"}

୨୦୧୯ମସିହାରେ ସେ ପକ୍ଷାଘାତର ଶିକାର ହୋଇଥିଲେ ଏବଂ ଯାହା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପକ୍ଷାଘାତ ଠିକ୍ ହୋଇଯିବା ପରେ ତାଙ୍କୁ ଇଣ୍ଡଷ୍ଟ୍ରିରେ ଆଉ କାମ ମିଳିନଥିଲା ଏବଂ ସେ ନିଜର ଜମାପୁଞ୍ଜି ସହାୟତାରେ ନିଜ ଜୀବନ ଅତିବାହିତ କରୁଥିଲେ। ଏବେ ପୁଣି ଥରେ ଅସୁସ୍ଥ ହେବା ଫଳରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

{"id":272488,"width":588,"height":331,"sizeSlug":"large"}

ଆଶିଷ ‘ବ୍ୟୋମକେଶ ବକ୍ସି’,‘ୟେସ୍ ବସ୍’,‘ବା ବହୂ ଔର ବେବି’, ‘ମେରେ ଅଙ୍ଗନେ ମେଁ’,‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ ଏବଂ ‘ଆରମ୍ଭ’ ଭଳି ଅନେକ ଧାରାବାହିକରେ କାମ କରିଛନ୍ତି।

{"id":272489,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.