ସ୍ତ୍ରୀକୁ ବିଷ ଦେଇ ମାରିଦେଇଥାନ୍ତା, ଜ୍ୱାଇଁର ହାତ ବାନ୍ଧି ରାସ୍ତାରେ ଚଲାଇଲେ ଶ୍ୱଶୂର ଘର ଲୋକେ

Published By : Prameya-News7 Bureau | April 04, 2021 IST

ସୋର, ୦୪|୦୪ : ନୃଶଂସତାର ସୀମା ଟପିଲା ଶ୍ୱଶୁର ଘର ଲୋକେ ।  ପ୍ରଚଣ୍ଡ ଗ୍ରୀଷ୍ମରେ ଯୁବକଙ୍କୁ ଅଣ୍ଟା ଓ ହାତକୁ ବାନ୍ଧି ୨ କିମି ଚଲାଇ ଚଲାଇଲେ । ନିସ୍ତୁକ ମାଡ଼ ମଧ୍ୟ ଦେଲେ l ପରିବାରର ଗଣ୍ଡଗୋଳ ଯୋଗୁ ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋରରେ ଦେଖିବାକୁ ମିଳିଛି l

ସୂଚନାନୁସାରେ, ସୋର ଥାନା କେଶପୁର ଗ୍ରାମର ବୈକୁଣ୍ଠ ନାୟକ ଗତ କିଛି ବର୍ଷ ଧରି ସ୍ତ୍ରୀ ଲଷ୍ମୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ l  ଶନିବାର ବୈକୁଣ୍ଠ ସ୍ତ୍ରୀ ଲଷ୍ମୀକୁ ଜଳଖିଆରେ ବିଷଦେଇ ମାରିବା ସହିତ ପୁଅ ଓ ୩ଟି ଝିଅଙ୍କୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଏହା ସ୍ତ୍ରୀ ଜାଣିପାରି ଘଟଣା ସମ୍ପର୍କରେ ବାପଘରକୁ ଓ ଭଉଣୀ ଘରକୁ ଖବର ଦେଇଥିଲେ l 

ବାପଘର ଲୋକେ ଖବର ପାଇ ସିମୁଳିଆ ଥାନା ଖେରକୋଣରୁ କେଶପୁରର ପହଂଚି  ବୈକୁଣ୍ଠକୁ ଦୌଡ଼ିରେ ଅଣ୍ଟା ଓ ହାତକୁ ବାନ୍ଧି ମାଡ ମାରିଥିଲେ । ଏହାସହ ପ୍ରଚଣ୍ଡ ଖରାରେ କେଶପୁର ସଜାନପୁର ରାସ୍ତାରେ ଦୁଇ କିଲୋମିଟର ଚଲାଇ ଚଳାଇ ସାଜନପୁରକୁ ନେଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ l ଫଳରେ ବୈକୁଣ୍ଠକୁ ପରିବାର ଲୋକେ ଛାଡି ଦେଇଥିବା ବେଳେ ଏବଂ ଘଟଣାକୁ ନେଇ ସ୍ତ୍ରୀ ଲଷ୍ମୀ ସୋର ଥାନାରେ ମାମଲା ରୁଜୁ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.