ଜମିରେ ପାଣି ମଡ଼ାଇବାକୁ ନେଇ ଭୁଜାଲି ମାଡ: ଶ୍ବଶୁର- ବୋହୂ ଗୁରୁତର

Published By : Prameya-News7 Bureau | September 22, 2020 IST

ଭଦ୍ରକ୨୨/୯: ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଭୁଜାଲି ମାଡ଼। ଶ୍ୱଶୁରଙ୍କୁ ଭୁଜାଲି ମାଡ଼ ବେଳେ ଅଟକାଇବା ପାଇଁ ଆସି ବୋହୂ ମଧ୍ୟ ଗୁରୁତର। ଉଭୟ ଗୁରୁତର ଅବସ୍ଥାରେରେ ମେଡିକାଲରେ ଭର୍ତ୍ତି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ହରିଜନ ସାହିରେ ଏମିତି ଅଘଟଣ ଘଟିଛି। ଗାଁରେ ଉଭୟ ପରିବାର ମଧ୍ୟ ପୂର୍ବରୁ ବିବାଦ ରହିଥିଲା।

ତେବେ ମଦନ ମଲିକ ନିଜ ଜମିରେ ପାଣି ମଡ଼ାଇଥିଲେ, ପରେ ବିଲରୁ ପାଣି ଅନ୍ୟ ବିଲକୁ ଗଡ଼ିବାରୁ ଉଭୟ ପରିବାର ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଥିଲା। ଧାମନଗର ଥାନାରେ ଭାବ ମଲିକଙ୍କ ଲିଖିତ ଏତଲା ଅନୁଯାୟୀ ତାଙ୍କ ସ୍ୱାମୀ ଘରେ ଖାଉଥିବା ବେଳେ ଅପରପକ୍ଷର ପ୍ରାୟ ୪ରୁ ୫ ଜଣ ବିଭିନ୍ନ ମାରଣାସ୍ତ୍ର ଓ ଭୁଜାଲିରେ ସ୍ୱାମୀ ମଦନ ମଲିକଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କ ବୋହୂ ମମତା ଅଟକାଇବା ପାଇଁ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ତେବେ ପ୍ରଥମେ ଶ୍ୱଶୁର ଓ ବୋହୂଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.