Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘଟଗାଁ ମା’ ତାରିଣୀ ପୀଠରେ ଷଷ୍ଠୀ ପୂଜା, ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଜଗତଜନନୀ

11/10/2021 at 9:23 AM

ଘଟଗାଁ ୧୧।୧୦: ଆଜି ନବରାତ୍ରୀର ପଞ୍ଚମ ଦିନ । ଏହି ଅବସରରେ ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ପାଳନ ହେଉଛି। ଏହି ଅବସରରେ ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ।

ଆସନ୍ତାକାଲି ଠାରୁ ମା ତାରିଣୀ ସୁନା ବେଶରେ ସଜ୍ଜିତ ହେବେ  । ମାଙ୍କର ଏହି ସୁନା ବେଶକୁ ଭକ୍ତ ମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦର୍ଶନ କରିପାରିବେ | ତେବେ ମାଙ୍କର ଏହି ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ | ଯାହାକୁ ଦ୍ରୁଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି | ଆଜି ଷଷ୍ଠୀ ଅବସରରେ ପ୍ରଥମେ ବେଲବରଣୀ କରି ଏଠାରେ ମଧ୍ୟ ମା ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହେବ | ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୃଣ୍ମୟୀ ମଣ୍ଡପରେ ସାଧାରଣ ଦର୍ଶନ ମନା ହୋଇଛି । କେବଳ ପୂଜକମାନେ ମାଙ୍କର ଯଥା ରିତିକାନ୍ତିରେ ପୂଜା କାର୍ଯ୍ୟ ସମାପନ କରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି |

   Related Posts