ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ : ଆଜି ପୀଠରେ ମହା ସପ୍ତମୀ, ମଣ୍ଡପରେ ଚାଲିଛି ଷଷ୍ଠୀ ପୂଜା

Published By : Prameya-News7 Bureau | October 04, 2019 IST

ଭୁବନେଶ୍ବର ୪।୧୦: ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଶାରଦୀୟ ପୂଜା ପାଇଁ ଗାଁଠୁ ସହର ସବୁଠି ପାର୍ବଣର ମାହୋଲ । ଆଉ ମାତ୍ର କେଇ ଘଣ୍ଟା ପରେ ଧରାପୃଷ୍ଠରେ ଆବିର୍ଭାବ ହେବେ ମା’ ଦଶଭୂଜା । ଆଜି ହେଉଛି ମହାଷଷ୍ଠୀ । ମଣ୍ଡପଗୁଡିକରେ ବିଲ୍ବବରଣ ପରେ ଆବିର୍ଭୂତ ହେବେ ଦେବୀ ଦୁର୍ଗା ।

ସେପଟେ ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତ ସବୁ ପୂଜା ମଣ୍ଡପ । ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା କାରୁକାର୍ଯ୍ୟରେ ଝଲସୁଛି ସବୁ ପୂଜା ମଣ୍ଡପ । ଏହାସହ ପୂଜା ମଣ୍ଡପକୁ ଆହୁରି ଆକର୍ଷଣୀୟ କରିବାକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଲାଇଟ୍ ରେ ସାଜସଜ୍ଜା ମଧ୍ୟ ଦେଖିବାକୁ ମିଳୁଛି ।

ସେହିପରି ସବୁ ଦେବୀପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ନୀତି । ଆଜି ପୀଠଗୁଡିକରେ ସମସ୍ତ ରୀତିନୀତି ଅନୁସାରେ ସପ୍ତମୀ ପୂଜା ହେଉଛି । ପ୍ରତିଦିନ ମା’ଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେଉଛି । ମା’ଙ୍କ ବେଶ ଦେଖିବାକୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.