Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଶକ୍ତି ପୀଠରେ ମା’ଙ୍କର ଷଷ୍ଠୀ ପୂଜା : ଗାୟତ୍ରୀ ବେଶରେ ମା’ କଟକ ଚଣ୍ଡୀ ଓ ନରାୟଣୀ ବେଶରେ ମା’ ଗଡ ଚଣ୍ଡୀ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

3/10/2019 at 5:16 PM

କଟକ ୩।୧୦: ଆଜି କଟକ ସହରର ବିଭିନ୍ନ ଶକ୍ତି ପୀଠମାନଙ୍କରେ ମା’ଙ୍କର ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି । ତେବେ ବିଶେଷ କରି କଟକ ଚଣ୍ଡୀ ଓ ଗଡ ଚଣ୍ଡୀରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ମା’ କଟକ ଚଣ୍ଡୀଙ୍କର ଗାୟତ୍ରୀ ବେଶ ହୋଇଥିବା ବେଳେ ଗଡ ଚଣ୍ଡୀ ନରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ନବରାତ୍ର ଚାଲୁଥିବାରୁ ଷଷ୍ଠୀ ପୂଜାର ମା’ଙ୍କ ଦର୍ଶନ କରିବା ପାଇଁ ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କର ଷଷ୍ଠୀ ପୂଜା । ଆଜି ପୀଠ ମାନଙ୍କରେ ପଞ୍ଚମୀ ଶେଷ ହେବା ପରେ ଆରମ୍ଭ ହୋଇଛି ଷଷ୍ଠୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ କରାଯାଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ସକାଳୁ ସୂର୍ଯ୍ୟ ପୂଜା ପରେ ରିତୀ ନିତୀ ଅନୁସାରେ ମା’ଙ୍କର ଆଳତୀ କରାଯାଇ ବିଧି ମୁତାବକ ପୂଜା କରାଯାଇଛି । ନବରାତ୍ରି ଚାଲୁଥିବା ବେଳେ ମା’ଙ୍କର ଷଷ୍ଠୀ ପୂଜା ସହ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଷଷ୍ଠୀ ପୂଜା ପାଇଁ ପୂଜକଙ୍କ ମନ୍ତ୍ର ପାଠରେ କମ୍ପୁଛି ଶକ୍ତି ପୀଠ ।

କଟକରେ ଚଣ୍ଡୀ ମନ୍ଦିର ଓ ଗଡ ଚଣ୍ଡୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା’ଙ୍କର ଷୋଡଶ ଉପଚାର ବେଶ ସହ ନବରାତ୍ରି ପୂଜା ଓ ଷଷ୍ଠୀ ପୂଜାରେ ମା’ଙ୍କୁ ଦର୍ଶନ କରିବା ବହୁ ଶାନ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁ କହିଛନ୍ତି । ଶୋଡଷ ଉପଚାରେ ମା’ କଟକ ଚଣ୍ଡୀ ଗାୟତ୍ରୀ ବେଶରେ ଦର୍ଶନ ଦେଉଥିବା ବେଳେ ଗଡ ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି ।

ମା’ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିର ବ୍ୟତୀତ ସହରରେ ଥିବା ଝାଞ୍ଜିର ମଙ୍ଗଳା, ବାଘ ମଙ୍ଗଳା ବଗଳା ମନ୍ଦିର ଭଳି ପୀଠରେ ମା’ଙ୍କର ଶୋଡଷ ଉପଚାର ପୂଜା ସହ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି ।

   Related Posts