Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର

24/07/2020 at 9:56 PM

ନୂଆଦିଲ୍ଲୀ, ୨୪|୦୭:  ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି ।  ଏହି କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଉପରାଷ୍ଟ୍ରପତି ଏକ ୬ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ସସ୍ମିତଙ୍କୁ ସ୍ଥାନ ମିଳିଛି ।  

ଶୁକ୍ରବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇ ସସ୍ମିତଙ୍କ ମନୋନୟନ ସଂପର୍କରେ ଘୋଷଣା କରାଯାଇଛି । ନିୟମାନୁସାରେ,  ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉପାଧ୍ୟକ୍ଷ କମିଟିକୁ ମନୋନୀତ କରିଥାନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଉପସ୍ଥିତ ନ ରହିଲେ ଏହି କମିଟିରୁ ଜଣେ ଗୃହରେ ସଭାପତିତ୍ୱ କରିପାରିବେ ।  ବିଭିନ୍ନ ଦଳର ସଂଖ୍ୟାକୁ ନଜରରେ ରଖି ସଦସ୍ୟମାନଙ୍କୁ ମନୋନୀତ କରାଯାଇଥାଏ । ଏହି ମନୋନୟନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରାଯାଏ । 

   Related Posts