Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବୈଜୟନ୍ତଙ୍କୁ ଘେରିଲା ବିଜେଡି : ‘କିଏ ସେ ଅଦୃଶ୍ୟ ନିବେଶକାରୀ ?’ ପ୍ରଶ୍ନ କଲେ ସସ୍ମିତ ପାତ୍ର, ସାଂସଦ ଅମର ପଟ୍ଟନାୟକ କହିଲେ, ‘ଇଡି-ସିବିଆଇ ପାଇଁ ଏହାଠୁ ବଡ ଆର୍ଥିକ ଅନିୟମିତତା ମାମଲା ନାହିଁ’

26/10/2020 at 8:38 PM

ଭୁବନେଶ୍ଵର ୨୬।୧୦: ବାହାମାସ୍‌ରେ ବୈଜୟନ୍ତ, ଜଗି ପଣ୍ଡାଙ୍କ କମ୍ପାନିର ନିବେଶ ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ଉଭୟ ବାହାମାସରେ ଅଦୃଶ୍ୟ ନିବେଶକାରୀ କିଏ ବୋଲି ପ୍ରଶ୍ନ କରିଛନ୍ତି ।

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟ୍ବିଟ୍‌ କରି କହିଛନ୍ତି ଯେ, ଏହା ବେଆଇନ ଅର୍ଥ କାରବାରର କ୍ଲାସିକ୍‌ କେସ୍ ।ବ୍ଲାକ୍‌ମେଲ୍‌ କରି ଆଦାୟ ହୋଇଛି  ଏହି ବ୍ଲାକ୍‌ମନି । ଏକ ଅଦୃଶ୍ୟ କମ୍ପାନି ସହ ବେଆଇନ ବ୍ୟବସାୟିକ ଚୁକ୍ତି ହୋଇଛି । ଇଡି ଓ ସିବିଆଇ ପାଇଁ ଏହାଠୁ ବଡ଼ କେସ୍‌ ଆଉ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ କରି କହିଛନ୍ତି ଯେ, ଏନେଇ ବୈଜୟନ୍ତ ପଣ୍ଡା ସତ୍ୟାସତ୍ୟ ସାମ୍ନାକୁ ଆଣନ୍ତୁ ।ବାହାମାସ୍‌ରେ ଅଦୃଶ୍ୟ ନିବେଶକାରୀ କିଏ ବୋଲି ସେ ପ୍ରଶ୍ନ କରିବା ସହ ଏହାର ଉତ୍ତର ରଖନ୍ତୁ ପଣ୍ଡା ଦମ୍ପତି ବୋଲି  ସେ କହିଛନ୍ତି ।

ସୂଚନାଯୋଗ୍ୟ, ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର କଳା ଟଙ୍କାକୁ କିଭଳି ଧଳା କରିଛନ୍ତି ପଣ୍ଡା ଫ୍ୟାମିଲି ତାର ପର୍ଦାଫାସ ହୋଇଛି । ବାହାମାସ୍ ପେପର ଲିଙ୍କ୍ ବେଳେ ଏସବୁ ତଥ୍ୟ ପଦାକୁ ଆସିଥିଲେ ବି ତାହା ଚାପି ଦିଆଯାଇଛି । ଏମିତିକି ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶନାମାକୁ ବି ଫୁ କରିଦେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ପାଥ୍ ନାମକ ଏକ ସାମାଜିକ ସଂଗଠନ ପଣ୍ଡା ଫ୍ୟାମିଲିର ବାହାମାସ ଲିଙ୍କ୍ ଉପରୁ ପରଦା ଉଠାଇଛି । ସୋମବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡା ଏବଂ ପତ୍ନୀ ଜଗୀ ପଣ୍ଡା କିଭଳି ଚଞ୍ଚକତା କରି ନିଜ କଂପାନୀରେ କଳାଟଙ୍କା ନିବେଶ କରିଛନ୍ତି ତାର ଗୁମର ଫିଟାଇଛନ୍ତି ।

   Related Posts