ପାକ୍‌ ସେନା ଅଧିକାରୀଙ୍କ ଓଡିଶାରେ ଖ୍ରୀଷ୍ଟିଆନଙ୍କୁ ନେଇ ଟ୍ୱିଟ୍‌ - କଡା ଜବାବ ଦେଲେ ବିଜେଡିର ଖ୍ରୀଷ୍ଟିଆନ୍‌ ଯୁବ ସାସଂଦ

Published By : Prameya-News7 Bureau | December 26, 2019 IST

ଭୁବନେଶ୍ୱର ୨୬।୧୨ - ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଅନାଇ ବସିଥିବା ପାକିସ୍ତାନ କୌଣସି ସ୍ତରକୁ ଯିବା ପାଇଁ ଲଜ୍ୟା କରୁନାହିଁ । ପାକିସ୍ତାନ ସେନାର ଇଣ୍ଟର ସର୍ଭିସ୍‌ ଓ ପବ୍ଲିକ୍‌ ରିଲେସନ୍‌ ଜେନେରାଲ୍‌ ଆସିଫ୍‌ ଗଫୁର ଓଡିଶାରେ ଖ୍ରୀଷ୍ଟିଆନିଟିକୁ ନେଇ ଟ୍ୱିଟ କରିଥିଲେ । ଏହାକୁ ନେଇ ସବୁ ଦଳର ସାସଂଦ ଦଳମତ ନିର୍ବିଶେଷରେ ବିରୋଧ କରିଛନ୍ତି ।

wp:core-embed/twitter {"url":"https://twitter.com/peaceforchange/status/1209692942044188672?s=20","type":"rich","providerNameSlug":"twitter","className":""}
https://twitter.com/peaceforchange/status/1209692942044188672?s=20
/wp:core-embed/twitter

ଆସିଫ ଗଫୁର ଖ୍ରୀଷ୍ଟମାସର ଏକ ବାର୍ତା ଦେବା ବେଳେ ତାଙ୍କ ଟ୍ୱିଟରେ ଓଡିଶାରେ ଥିବା ଖ୍ରୀଷ୍ଟିଆନ୍‌ଙ୍କ କଥା ଉଲ୍ଲେଖ କରିଥିଲେ ।

{"id":202812,"width":572,"height":409,"sizeSlug":"large"}

ଏହାକୁ ବିଜେଡି ସାସଂଦ ସ୍ମିତ ପାତ୍ର ଦୃଢ ବିରୋଧ କରିଛନ୍ତି । ସସ୍ମିତ ଜଣେ ଖ୍ରିଷ୍ଟିଆନ୍‌ । ପାକିସ୍ତାନରେ ଖ୍ରୀଷ୍ଟିଆନ୍‌, ହିନ୍ଦୁ,ଶିଖଙ୍କୁ ଯେଉଁପରି ଭାବରେ ଖରାପ ବ୍ୟବହାର କରାଯିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଉଛି ।

{"id":202813,"sizeSlug":"large"}

ନିଜ ଦେଶର ଖରାପ ସ୍ଥିତି ଓ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେବା ପରି ଘୃଣ୍ୟ କାର୍ଯ୍ୟ କରୁଥିବାରୁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ତାଙ୍କ ଦେଶରେ ଅଳ୍ପ ସଂଖ୍ୟକମାନଙ୍କର ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତୁ ବୋଲି ବିଜେଡି ସାସଂଦ କହିଛନ୍ତି। ଓଡିଶାର ଜଣେ ଯୁବ ଖ୍ରୀଷ୍ଟିଆନ୍‌ ସାସଂଦ କଅଣ କହୁଛନ୍ତି ତାକୁ ଟ୍ୱିଟ କରି ଆସିଫ ଗଫୁରଙ୍କୁ ଟ୍ୟାଗ କରିଛନ୍ତି । ଓଡିଶାରେ ସବୁ ଧର୍ମର ଲୋକ ଏକାଠି ଖୁସୀରେ ଅଛନ୍ତି । ଏହା ଶାନ୍ତିପ୍ରିୟ ରାଜ୍ୟ ବୋଲି ସେ କହିଛନ୍ତି ।

wp:core-embed/twitter {"url":"https://twitter.com/sasmitpatra/status/1209824165273882625?s=20","type":"rich","providerNameSlug":"twitter","className":""}
https://twitter.com/sasmitpatra/status/1209824165273882625?s=20
/wp:core-embed/twitter

ଗଫୁରଙ୍କୁ ଏଥିପାଇଁ ଅନେକ ଭର୍ସନା କରିଛନ୍ତି । ହେଲେ ଲଜ୍ୟାହୀନ ଗଫୁର ଭାରତରେ ଅସ୍ଥିରତା ପାଇଁ ବାରମ୍ବାର ଏପରି କରୁଛନ୍ତି । ବାରତ ବିରୋଧି ଟ୍ଲିଟ କରିବା କିଛି ନୂଆ କଥା ନୁହେଁ ଗଫୁର ଆଗରୁ ମଧ୍ୟ ଏପରି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.