ଚହଟା ଶ୍ମଶାନରେ ଅବ୍ୟବସ୍ଥା : ବିଜୁଳି ନାହିଁ କି ପାଣିର ସୁବିଧା ନାହିଁ, ଶବଦାହ କରିବାକୁ ଆସି ଲୋକେ ହୀନସ୍ତା

Published By : Prameya-News7 Bureau | October 19, 2020 IST

କଟକ ୧୯।୧୦: ଆତ୍ମୀୟ ସ୍ବଜନଙ୍କୁ ଶେଷ ବିଶ୍ରାମ ଦେବା ବେଳେ ବି ନାହିଁ ନଥିବା ହିନସ୍ତା । ଏ ହେଉଛି କଟକ ମହାନଗର ନିଗମର ତୁଳସୀପୁର ଅଞ୍ଚଳର ଲୋକଙ୍କ ଦୁଃଖ। ଚହଟା ଛକ ନିକଟରେ ଥିବା ଶ୍ମଶାନରେ ଶବ ଦାହ କରିବା ପାଇଁ କୌଣସି ପ୍ରକାର ସୁବିଧା ନଥିବାରୁ ମୃତ ଦେହ ସତ୍କାର ପାଇଁ ଆଣି ହିନସ୍ତା ଭୋଗୁଛନ୍ତି ଲୋକେ । ସେପଟେ ଭିତ୍ତିଭୂମି ଶୀଘ୍ର ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସିଏମସି କମିଶନର।

{"id":346954,"sizeSlug":"large"}

କଥାରେ ଅଛି ସୁଖ ସପନେ, ଶାନ୍ତି ଶ୍ମଶାନେ। କିନ୍ତୁ ଏବେ ଶ୍ମଶାନରେ ବି ଶାନ୍ତି ନାହିଁ । ଏମିତି ସ୍ଥିତିରେ କଟକ ତୁଳସୀପୁରର ଚହଟା ଶ୍ମଶାନର ଅବସ୍ଥା । ପ୍ରାୟ ୧୦ ହଜାର ପରିବାର ଏହି ଶ୍ମଶାନ ଉପରେ ନିର୍ଭର କରିଥାନ୍ତି । ଆତ୍ମୀୟ ସ୍ବଜନଙ୍କ ଶବଦାହ ପାଇଁ ଏହି ଶ୍ମଶାନକୁ ଆସନ୍ତି ଲୋକେ । ତେବେ ଶଶ୍ମାନରେ ବିଜୁଳି ବ୍ୟବସ୍ଥା ଅଛି, ନା ଅଛି ପାଣିର ବ୍ୟବସ୍ଥା । ଶବଦାହ ପାଇଁ ଥିବା ଘରର ଛାତ ମଧ୍ୟ ଭୁଷୁଡ଼ିବା ସ୍ଥିତିରେ । ତେଣେ ଶ୍ମଶାନଟି ଏବେ ବୁଦବୁଦିଆ ଜଙ୍ଗଲରେ ପରିଣତ ହୋଇଗଲାଣି ।

{"id":346955,"sizeSlug":"large"}

ସମସ୍ୟା ନେଇ ସିଏମସି କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ଥକିଗଲେଣି ସ୍ଥାନୀୟ ଲୋକେ । ବାରମ୍ବାର ଅବ୍ୟବସ୍ଥା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପର। ସେପଟେ ଚହଟା ଶ୍ମଶାନର ଭିତ୍ତିଭୂମି ଖୁବ ଶୀଘ୍ର ସଜଡାଯିବ ବୋଲି ସିଏମସି କମିଶନର କହିଛନ୍ତି।

{"id":346956,"sizeSlug":"large"}

ଦୁଇ ବର୍ଷ ତଳେ ଶ୍ମଶାନରେ ସିଏମ୍ ସି ଆଉ ଗୋଟିଏ ଶବଦାହ ସେଡ୍ କରିଛି, ଯାହା ରକ୍ଷଣାବେକ୍ଷଣ ଅଭାବରୁ ବ୍ୟବହାର ଉପଯୋଗୀ ହେଉ ନାହିଁ।ତେଣୁ ଭିତ୍ତିଭୂମି ସଜାଡ଼ିବା ସହ ସିଏମସି କର୍ତ୍ତୃପକ୍ଷ ରକ୍ଷଣାବେକ୍ଷଣରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.