Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

୪ ବର୍ଷ ପରେ ଜେଲରୁ ମୁକୁଳି‌ବେ ଶଶିକଳା, ଜରିମାନା ନ ଭରିବାରୁ ଘୁଞ୍ଚିଲା ବର୍ଷ

15/09/2020 at 4:51 PM

ନୂଆଦିଲ୍ଲୀ ୧୫/୦୯: ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ଚାରି ବର୍ଷ ହେବ ଜେଲ ଦଣ୍ଡ ଭୋଗି ଆସୁଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ବି.କେ ଶଶିକଳା। ଜରିମାନ ଭରିବା ସର୍ତରେ ସେ ଆସନ୍ତା ବର୍ଷ ଜାନୁଆାରୀ ୨୭ରେ ମୁକୁଳିବେ। ଜରିମାନା ରାଶି ନ ଭରିବା ଯୋଗୁ ତାଙ୍କୁ ୨୦୨୨ ଫେବୃଆରୀ ୨୭ ପର୍ଯ୍ୟନ୍ତ ଜେଲରେ ହିଁ ଜୀବନ ଅତିବାହିତ କରିବାକୁ ହେବ। ତାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା ରହିଛି।

ଜେଲ ରେକର୍ଡ ଅନୁସାରେ କଏଦୀ ନମ୍ବର ୯୨୩୪ ଓରଫ ଶଶିକଳା ଯଦି ତାଙ୍କ ଜରିମାନା ରାଶି ଭରିଥାନ୍ତେ ୨୦୨୧ ଜାନୁଆରି ୨୭ରେ ମୁକୁଳିଥାନ୍ତେ। । ମାତ୍ର ଜରିମାନ ନ ଭରିବା ସ୍ଥିତିରେ ୨୦୨୨ ଫେବୃଆରୀ ୨୭କୁ ଏହା ଘୁଞ୍ଚାଇ ଦିଆଯାଇଛି।

ତେବେ ଯଦି ସେ ପାରୋଲ ସୁବିଧାକୁ ବ୍ୟବହାର କରନ୍ତି ତେବେ ମୁକୁଳିବାରୁ ସମ୍ଭାବିତ ତାରିଖ ମଧ୍ୟ ବଦଳିପାରେ। ସୂଚନାଯୋଗ୍ୟ ୨୦୧୭ ଫେବୃଆାରୀ ୧୫ରେ ଶଶିକଳା ବେଙ୍ଗାଲୁରୁର ପରପ୍ପନା ଅଗ୍ରହାରା କେନ୍ଦ୍ର ଜେଲରେ ଅଛନ୍ତି। ଆୟ ବହିର୍ଭୁତ ସମ୍ପତି ମାମଲା​‌ରେ ତାଙ୍କୁ ୧୦ କୋଟି ଟଙ୍କା ଜରିମାନା ଦେବା ସଜା ଦିଆଯାଇଥିଲା। ଏହି ମାମଲାରେ ଜୟଲଳିତା ମଧ୍ୟ ସାମିଲ ଥିଲେ।

   Related Posts