Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟ୍ୱିଟରରେ ବଡ ଭୁଲ କଲେ ଶଶି ଥରୁର, ହସ୍ପିଟାଲରେ ଥିବା ସୁମିତ୍ରା ମହାଜନଙ୍କୁ ଦେଇଦେଲେ ଶ୍ରଦ୍ଧାଞ୍ଜଳି !

23/04/2021 at 8:03 AM

ନୂଆଦିଲ୍ଲୀ,୨୩/୦୪: କଂଗ୍ରେସ ନେତା ଶଶି ଥରୁର ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନିଧନ ବାବଦରେ ଖବର ଦେଇ ଏକ ଟ୍ୱିଟ୍ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ସୁମିତ୍ରା ମହାଜନଙ୍କ ପରଲୋକ ଖବର ଭାଇରାଲ ହେବାରେ ଲାଗିଥିଲା । କିନ୍ତୁ ସୁମିତ୍ରା ଭଲ ଥିବା ଓ ସେ ଚିକିତ୍ସିତ ହେଉଥିବା ବିଜେପି ନେତା କୈଳାସ ବିଜୟବର୍ଗୀୟ ପରେ ଟ୍ୱିଟ୍ କରିଥିଲେ । ଏହାପରେ ଶଶି ନିଜ ଟ୍ୱିଟକୁ ଡିଲିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ ।

କୈଳାସ ବିଜୟବର୍ଗୀୟ କହିଥିଲେ ଯେ, ସୁମିତ୍ରା ସୁସ୍ଥ ଅଛନ୍ତି । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ । ଏହି ଟ୍ୱିଟ୍ ପରେ ଶଶି ଥରୁର୍ ରିପ୍ଲାଏ ଦେଇଥିଲେ ଯେ, ସେ ନିଜ ଟ୍ୱିଟ୍ ଡିଲିଟ୍ କରିଦେଇଛନ୍ତି । ଶଶି ନିଜ ଟ୍ୱିଟରେ ସୁମିତ୍ରାଙ୍କ ନିଧନ ବାବଦରେ ଖବର ଦେଇ ଦୁଃଖ ପ୍ରକାଶ କରିଥିଲେ । ଏହାସହ କହିଥିଲେ ଯେ, ସୁମିତ୍ରା ଓ ସ୍ୱର୍ଗତ ସୁଷମା ସ୍ୱରାଜ ତାଙ୍କୁ ବ୍ରିକସରେ ଭାରତରେ ପ୍ରତିନିଧିତ୍ୱ କରିବାକୁ କହିଥିଲେ । ଏବେ କିନ୍ତୁ ଶଶି ନିଜ ଟ୍ୱିଟ୍ ଡିଲିଟ୍ କରିଛନ୍ତି । ତେବେ ଏହାର ସ୍କ୍ରିନସଟ୍ ଅନେକ ସେଭ୍ କରି ଟ୍ରୋଲ୍ କରିଛନ୍ତି ।

ସୂଚନାଯୋଗ୍ୟ, ସୁମିତ୍ରା ମହାଜନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା  । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ତାଙ୍କୁ କେବଳ ସାମାନ୍ୟ ଜ୍ୱର ଥିଲା । କେବଳ ଶଶି ଥରୁର ନୁହେଁ, ସୁମିତ୍ରାଙ୍କ ନିଧନ ହୋଇଥିବା ଖବର କଂଗ୍ରେସ ନେତା ଅଳକା ଲାମ୍ବା ମଧ୍ୟ ଟ୍ୱିଟ୍ କରିଥିଲେ । ପରେ ସେ ଏହାକୁ ଡିଲିଟ୍ କରିଥିଲେ ।

   Related Posts